26.1 C
Bhubaneswar
Friday, March 29, 2024
Homeଅପରାଧପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ପଂଚାୟତ ଭରୁଆକାନୀ ଗ୍ରାମ ନିକଟରେ ଥିବା ଜଙ୍ଗଳରେ ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଉଭୟେ ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ପଂଚାୟତ ଭରୁଆକାନୀ ଗାଁ ର କୁନୁ ମିର୍ଦ୍ଧାଙ୍କ ପୁଅ ସୁଶାନ୍ତ ମିର୍ଦ୍ଧା(୨୪) ଓ ହେମନ୍ତ ହଂସଙ୍କ ଝିଅ ସେବତୀ ହଂସ(୧୯) ଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ତେବେ ସେମାନଙ୍କ ମୃତ୍ୟୁର ପ୍ରକୃତ କେଉଁ କାରଣରୁ ଜଣାପଡିନାହିଁ । ଘଟଣାସ୍ଥଳରେ ତୁରେକେଲା ଥାନା ପୋଲିସ ପହଂଚି ଏକ ମାମଲା ରୁଜୁ କରି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇ ଦେଇଛି । ପ୍ରେମରେ ବିଫଳ ହେବା ଯୋଗୁଁ ଆତ୍ମହତ୍ୟା କରିଛନ୍ତି ନା କିଏ ହତ୍ୟା କରି ଗଛ ରେ ଟାଙ୍ଗି ଦେଇଛି ତାହା ପୋଲିସ ର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କୁହାଯାଉଛି । ଗତକାଲି ନୂତନ ବର୍ଷ ଥିବା ବେଳେ ସନ୍ଧ୍ୟା ରେ ଗାଁ ରେ ରହିଥିଲେ ।ପରେ ଏମାନେ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ରାତି ରେ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ଯୋଗ୍ୟ ଯେ ସୁଶାନ୍ତଙ୍କର ବରଗଡ ଜିଲ୍ଲା ବରପାଲି ଗାଁ ର ଏକ ଝିଅ ସହ ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ରିଙ୍ଗ ସେରିମନୀ ଥିବା ବେଳେ ଫେବୃଆରୀ ୨୮ ତାରିଖ ଦିନ ବିବାହ ହେବାର ଥିଲା । ଉଭୟେ ପ୍ରେମୀ ଯୁଗଳ ଭିନ୍ନ ଭିନ୍ନ ଜାତି ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କ ପ୍ରେମ କୁ ଗ୍ରହଣ କରିନଥିବା କୁହାଯାଉଛି | ଏଣୁ ସେମାନେ ପ୍ରେମ ରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ର ତଦନ୍ତ କଲେ ପ୍ରକୃତ ତଥ୍ୟ ପଦା କୁ ଆସିବ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking