39.8 C
Bhubaneswar
Thursday, April 18, 2024
Homeଅପରାଧଆତ୍ମହତ୍ୟାର ନୂଆ ତରିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆତ୍ମହତ୍ୟାର ନୂଆ ତରିକା, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗୁଜୁରାଟ : କାର ଭିତରେ କାର୍ବନ ମୋନୋକସାଇଡ଼ ସିଲିଣ୍ଡର ଲଗାଇ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ସୁରତ ଠାରେ । ଜଣେ ବ୍ୟକ୍ତି ଏପରି କାର ଭିତରେ ମୋନୋକସାଇଡ଼ ସିଲିଣ୍ଡର ଲଗାଇ ଆତ୍ମହତ୍ୟା କରିବା ବୋଧେ ପ୍ରଥମ ଘଟଣା । ଅତ୍ମହତ୍ୟା କରିବା ପୁର୍ବରୁ ବ୍ୟକ୍ତି ଜଣକ ଏକ ନୋଟ କାର କାଚ ଉପରେ ଲଗାଇ ଦେଇଥିଲା । ଯେଉଁ ଥିରେ ଲେଖାହୋଇଥିଲା ଯେ ‘ କାର ଭିତରେ ମୋନୋଅକସାଇଡ଼ ବିଷ ରହିଛି । ତେଣୁ କାର ଖୋଲନ୍ତୁ ନାହିଁ,ପୋଲିସକୁ ଫୋନ କରନ୍ତୁ’ । ସୁରତର ଅଲଥାନ ନଗର ଠାରେ ରାସ୍ତା କଡ଼ରେ ଏକ କାର କାଚରେ ଏଭଳି ଲେଖା ହୋଇଥିବା ଦେଖି ଜଣେ ଅଜଣା ଯୁବକ ପୋଲିସକୁ ଫୋନ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ପୋଲିସର କହିବା ଅନୂସାରେ କାର ଭିତରେ ସିଲିଣ୍ଡର ପଡ଼ିଥିଲା ଓ ଜଣେ ବ୍ୟକ୍ତି ଅକ୍ସିଜେନ ମାସ୍କ ଲଗାଇ ପଛସିଟରେ ପଡ଼ିଥଲେ । ପୋଲିସ ଆମ୍ବୁଲାନ୍ସ ଓ ଦମକଳ ବାହୀନୀକୁ ଡ଼କାଇ ଯୁବକକୁ ଉଦ୍ଧାର କରିଥିଲ ଓ ଗାଡ଼ି ଭିତରୁ ଏକ ସୁସାଇଡ଼ ନୋଟ ପାଇଥିଲା ଯେଉଁଥିରେ ବ୍ୟକ୍ତିର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖା ଯାଇଥିଲ। । 
ଯାଞ୍ଚ ଅଧିକରୀ ଏନଏସ ଦେଶାଇଙ୍କ କହିବା ଅନୂସାରେ ଗାଡ଼ି ଭିତରେ ହିଁ ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଗାଡ଼ି ଭିତରୁ ୫ ଲିଟର ସିଲିଣ୍ଡର ଜବତ କରାଯାଇଥିଲା । ତେବେ ତଦନ୍ତ ଅନୂସାରେ ବ୍ୟକ୍ତି ଜଣକଙ୍କ ନାମ ସନ୍ଦୀପ ବୋଲି ଜଣା ପଡ଼ିଥିଲା । ଯିଏ ଗତ ୩ ଦିନ ହେବ ନିଖୋଜ ଥିଲେ । ପୋଲିସର କହିବା ଅନୂସାରେ ଆତ୍ମହତ୍ୟାର କାରଣ ପରିବାର କଳହ ମଧ୍ୟ ହୋଇପାରେ । ଯାହାର ଏବେେ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking