26.1 C
Bhubaneswar
Friday, March 29, 2024
Homeଓଡିଶାଫ୍ୟାନ୍‌ରେ ଲୁଗା ବାନ୍ଧି ମହିଳାଙ୍କ ଆତ୍ମହତ୍ୟା

ଫ୍ୟାନ୍‌ରେ ଲୁଗା ବାନ୍ଧି ମହିଳାଙ୍କ ଆତ୍ମହତ୍ୟା

ଯାଜପୁର :ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପହଙ୍ଗା ଗ୍ରାମ ପଞ୍ଚାୟତ ପହଙ୍ଗା ଗ୍ରାମରେ ଜଣେ ମହିଳା ସବିତା ମଲ୍ଲିକ(୩୬) ଶୁକ୍ରବାର ବିଳମ୍ବିତ ରାତିରେ ଶୋଇବା ଘର ପଙ୍ଖାରେ ନିଜ ଶାଢୀ ବାନ୍ଧି ଆତ୍ମହତ୍ୟା କରିଥିବାର ଦେଖାଯାଇଛି । ମୃତକଙ୍କ ସ୍ୱାମୀ ପହଙ୍ଗା ଗ୍ରାମ ପଞ୍ଚାୟତର ବିଜଦ ଦଳର ଆଗ ଧାଡ଼ିର ନେତା ହୋଇଥିବାବେଳେ ତାଙ୍କ ନାମ ଅଶୋକ ମଲ୍ଲିକ ଜଣାପଡ଼ିଛି । ଦୀର୍ଘ ୨୧ବର୍ଷତଳେ ସବିତା ଅଶୋକଙ୍କ ସହିତ ବିଭାଘର ହୋଇଥିଲା । ସବିତାଙ୍କର ଦୁଇ ପୁଅ ମଧ୍ୟରୁ ବଡ଼ ପୁଅଟି +୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବାବେଳେ ସାନପୁଅ ୮ମ ଶ୍ରେଣୀରେ ପାଠ ପଢ଼େ ।ଶୁକ୍ରବାର ରାତିରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ମିଶି ଭଲରେ ଖାଇପିଇ ଶୋଇଥିବାବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କ’ଣ ଟିକିଏ ମନମାଳିନ ଯୋଗୁଁ ସବିତା ଏପରି ପଦକ୍ଷେପ ନେଇଛନ୍ତି ବୋଲି ଶାଶୁଘର ଲୋକ କୁହନ୍ତି । ଶବ ବ୍ୟବଚ୍ଛ୍ୟଦ ପରେ ସବିତାଙ୍କ ବାପଘର ଓ ଶାଶୁଘର ଲୋକମାନଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିବାର ଦେଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking