28.1 C
Bhubaneswar
Friday, March 29, 2024
Homeଅପରାଧବଳାତ୍କାର ଶିକାର ଅଧ୍ୟାପିକା ପୁଲିସ ଅବହେଳାରୁ କଲେ ଆତ୍ମହତ୍ୟା !

ବଳାତ୍କାର ଶିକାର ଅଧ୍ୟାପିକା ପୁଲିସ ଅବହେଳାରୁ କଲେ ଆତ୍ମହତ୍ୟା !

ବାରିପଦା : ବଳାତ୍କାରର ଶିକାର ହୋଇଥିବା ଜଣେ ଅଧ୍ୟାପିକା ପୁଲିସ ଅବହେଳାର ଶିକାର ହୋଇ କଲେ ଆତ୍ମହତ୍ୟା କରିଛନ୍ତି | ହେଲେ ପରିବାରର ଅଭିଯୋଗ ଏହା ହତ୍ୟା ଘଟଣା | ଆଉ ଏହି ବଳାତ୍କାରୀ ଅନ୍ୟ କେହି ନୁହେ ସେ ହେଉଛି ଭାଉଜଙ୍କ ଶଇତାନ ଭାଇ |
ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ନିବାସରେ। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ସାଢେ଼ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀଭୋଜନ ପାଇଁ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମିଶି କବାଟକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ। କଲେଜ କର୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଓ ଏସଡିପିଅ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ଅଧିକ ତଦନ୍ତଜାରୀ ରଖିଛି। କିନ୍ତୁ ମୃତ ଦେହ ଯେଭଳି ଅବସ୍ଥାରେ ମିଳିଛି ତାହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି କରିଛି | ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି କୁହାଯାଉଛି |
ତେବେ ପ୍ରକାଶ ଥାଉକି ଅଧ୍ୟାପିକାଙ୍କ ଲିଖିତ ଅଭିଯୋଗ ମୁତାବକ ଗତ ୩୦ ତାରିଖରେ ତାଙ୍କ କକାପୁଅ ଭାଇଙ୍କ ସ୍ତ୍ରୀ (ଭାଉଜ )ଫୋନ ଯୋଗେ କେନ୍ଦୁଝରକୁ ବୁଲିବାକୁ ଡାକିଥିଲେ ,ଭାଉଜଙ୍କ କଥାକୁ କାଟିନପାରି ବସରେ କେନ୍ଦୁଝର ଯାଇ ତାଙ୍କ ଘରେ ରହିଥିଲେ | ସେ ରାତିରେ ଏକା ଶୋଇଥିବା ଅବସ୍ଥାରେ ଭାଉଜଙ୍କ ଭାଇ ସୌମ୍ୟରଂଜନ ତାଙ୍କୁ ଜୋର ଜବରକରି ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି ନକହିବାକୁ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ଝାରପୋଖରିଆ ଥାନାରେ ୧୨୫/୧୯ରେ ମାମଲା ରୁଜୁକରି ଅଧ୍ୟାପିକାଙ୍କୁ ଡାକ୍ତରୀମଇନା ପାଇଁ PRM ମେଡିକଲ କଲେଜକୁ ପଠାଯିବା ସହିତ ମାଜିଷ୍ଟ୍ରେଟଙ୍କ ଠାରେ ଅଭିଯୁକ୍ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତେବେ ଗତକାଲି ୩୦ତାରିଖ ଦିନ ସୌମ୍ୟରଂଜନ ପୁରୁଣା ମୋବାଇଲରେ ନମ୍ବର ଲଗାଇବା ପରେ ସକାଳ ପ୍ରାୟ ୧୦ଟା ସମୟରେ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଝିଅର ମାମୁଁ ପାଖରୁ ଜଣାପଡିଛି । ପାଟିତୁଣ୍ଡ ପରେ ପୁଣିଥରେ ମୋବାଇଲକୁ ସୁଇଚ ଅଫ କରିଦେଇଥିଲେ ସୌମ୍ୟରଂଜନ । ଅନୁମାନ କରାଯାଉଛି ଯେ ପାଟିତୁଣ୍ଡ ପରେ ମାନସିକ ଚାପଗ୍ରସ୍ତ ହୋଇ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଏସପି ପରମାର ସ୍ମିଥ ତଦନ୍ତ ଅଧିକାରୀ ପି. ସ୍ୱାଇଁଙ୍କୁ ନିଲମ୍ବନ କରିଥିବା ବେଳେ ଝାରପୋଖରିଆ ଥାନାଧିକାରୀଙ୍କ ବାରିପଦା ହେଡ ଅଫିସକୁ ବଦଳି କରାଯାଇଛି | ତିରିଂ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗଇଙ୍କୁ ଝାରପୋଖରିଆ ଥାନାଧିକାରୀ ଭାବେ ଆଜି ସକାଳ ୬ଟାରେ ନିଯୁକ୍ତ କରାଯାଇଛି । ଅଭିଯୁକ୍ତ ସୌମ୍ୟରଂଜନକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଏଠାରେ ପ୍ରଶ୍ନ ଉଠୁଛି ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଦୁଷ୍କର୍ମକାରୀ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ମାନସିକ ଅବସାଦ ମୁକ୍ତ ହେବା ସହିତ ଏକ ମୁଲ୍ୟବାନ ଜୀବନ ବଞ୍ଚି ଯାଇପାରିଥାନ୍ତା।କିନ୍ତୁ ଅଭିଯୁକ୍ତ ପ୍ରତି ପୋଲିସ ଉଦ୍ଧେଶ୍ୟମୂଳକ ଭାବେ ଅନୁକମ୍ପା ଦେଖାଇ ଖସିଯିବାକୁ ସୁଯୋଗ ଦେଇ ପରୋକ୍ଷରେ ପୀଡ଼ିତାଙ୍କୁ ଚାପଗ୍ରସ୍ତ କରାଇ ଆତ୍ମହତ୍ୟା ପାଇଁ ବାଧ୍ୟ କରାଇଥିବା ଭଳି ଅଭିଯୋଗ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀ ବିରୋଧଙ୍କୁ ବହିଷ୍କାର ବଦଳରେ ନିଲମ୍ବନ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଧାରଣରେ ଅଧିକ ଉପହାସିତ ହେଉଛି ପୋଲିସ। ତେବେ ଦେଖିବା ପାଇଁ ବାକି ରହିଲା ବର୍ତ୍ତମାନ ତଦନ୍ତ କେଉଁ ବାଟକୁ ଯାଉଛି । ଆଉ ମୋ,ସରକାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଲୋକଙ୍କ ବିଶ୍ୱାସଭାଜନ କରାଇବା ପାଇଁ ସରକାର ବାହାଦୂର କି ପ୍ରକାର ପଦକ୍ଷେପ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking