34.1 C
Bhubaneswar
Friday, March 29, 2024
Homeଅପରାଧପାରିବାରିକ କଳହରୁ ବୃଦ୍ଧାଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ବୃଦ୍ଧାଙ୍କ ଆତ୍ମହତ୍ୟା

ଯାଁଳା : ରାଜଧାନୀ ଉପକଣ୍ଠ ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡ଼ ଗଙ୍ଗପଡ଼ା ପଞ୍ଚାୟତରେ ୪ଦିନ ମଧ୍ୟରେ ଆଉ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗତ ମାର୍ଗଶିର ଶେଷ ଗୁରୁବାର ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରି ଗ୍ରାମରେ ଜଣେ ସଧବା ବେକରେ ଲୁଗାବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବାବେଳେ ଆଜି ଗଙ୍ଗପଡ଼ା ମଙ୍ଗଳାସାହିରେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ପତ୍ନୀ ନୟନା ପରିଡ଼ା(୭୦) ପାରିବାରିକ କଳହକୁ ନେଇ ପାଇଖାନାରେ କିରାସିନି ଢାଳିହୋଇ ନିଆଁ ଲଗାଇ ଦେଇଥିଲେ । ଏଥିରେ ସେ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୁତ୍ର ଦିଲ୍ଲୀପ ପରିଡ଼ା କୁହିଛନ୍ତି । ବହୁଦିନ ଧରି ଏଠାରେ ତାଙ୍କ ପରିବାର ଭଡ଼ାରେ ରହିଆସୁଥିଲାବେଳେ ଦିଲ୍ଲୀପ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ଠାରେ ଏକ ଦୋକାନ କରିଛନ୍ତି । ଯାଁଳା ଫାଣ୍ଡି ପୁଲିସ ପହଞ୍ôଚ ତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଥିଲେ । ତାଙ୍କର ପ୍ରକୃତ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପାଇକସାହିର ଗଙ୍ଗପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଜଟଣୀ ଥାନାରେ ଏକ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking