26.1 C
Bhubaneswar
Friday, August 8, 2025
Homeଅପରାଧବଡ ଭଉଣୀର ଗାଳିରେ ସାନ ଭାଇ ନିଆଁ ଲଗେଇ ଆତ୍ମହତ୍ୟା

ବଡ ଭଉଣୀର ଗାଳିରେ ସାନ ଭାଇ ନିଆଁ ଲଗେଇ ଆତ୍ମହତ୍ୟା

ବାରିପଦା: ପାଠ ପାଇଁ ହେଲା ସର୍ବନାଶ। ପାଠପଢିବାକୁ ପରିବାର ଲୋକେ ବାଧ୍ୟ କରିବାରୁ ରାଗରେ ନିଜକୁ ଜାଳିଦେଲା ଛାତ୍ର । ଏଭଳି ଏକ ଅଭାବନୀୟ ସମ୍ବେଦନଶୀଳ ଘଟଣା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଘଟିଥିବା ଦେଖିବାକୁ ମିଳିଛି । ପାଠପଢିବା ପାଇଁ ଅନିଛୁକ ଜଣେ ଅଷ୍ଟମଶ୍ରେଣୀ ଛାତ୍ର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି । ତେବେ ବାରିପଦା ପିଆରଏମ୍ ମେଡିକାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ଛାତ୍ର ଜଣଙ୍କ ସ୍କୁଲ ଯିବାକୁ ମନା କରିବାରୁ ଘରଲୋକ ତାକୁ ବାଧ୍ୟ କରିଥିଲେ । ଫଳରେ ରାଗିଯାଇ ଛାତ୍ର ଜଣକ ଘରେ କବାଟ ବନ୍ଦ କରି ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ । ତେବେ ପରିବାର ଲୋକେ ଉଦ୍ଧାର କରି ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସା ଆରମ୍ଭର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣକ ହେଲେ ନବୀନ ମାଣ୍ଡିଙ୍କ ପୁଅ କାଳିଦାସ ମାଣ୍ଡି ବୋଲି ଜଣାପଡିଛି।
https://onakhabar.com/2019/12/10/suicide-16/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking