40.1 C
Bhubaneswar
Wednesday, April 24, 2024
Homeଅପରାଧଅଧିକଯୌତୁକ ଦାବିରେ କିରୋସିନୀ ଢାଳି ପୋଡି ମାରିବାକୁ ଉଦ୍ୟମ

ଅଧିକଯୌତୁକ ଦାବିରେ କିରୋସିନୀ ଢାଳି ପୋଡି ମାରିବାକୁ ଉଦ୍ୟମ

ମୟୂରଭଞ୍ଜ(ଘାସିରାମ ବେହେରା)-ମନରେ ଥିଲା ଅସୁମାରୀ ସପ୍ନ, ସ୍ୱାମୀ ଆଉ ପିଲାଛୁଆକୁ ନେଇ ସୁଖର ସଂସାର ଗଢିବାର ସୁନେଲି ସପ୍ନ। ହେଲେ ଅଧିକଯୌତୁକ ଲୋଭରେ ପଡିଗଲେ ପରିବାର ଭାଙ୍ଗିଦେଲେ ସ୍ୱପ୍ନ। ଯୌତୁକ ରାକ୍ଷସ କବଳରେ ପଡି ଭାଙ୍ଗିରୁଜି ଖିନଭିନ  ହୋଇଗଲା ସବୁ ସପ୍ନ । ଏପଟେ ବଢିଚାଲିଥିଲା ଯୌତୁକ ଲୋଭର ଭୋକ। ଝିଅ ଘର ପକ୍ଷରୁ ଗରିବ ବାପାମାଆ ପୁଅ ପରିବାରକୁ ଦାବି ମୁତାବକ ଟଙ୍କା  ଦେଇନପାରିବାରୁ ସ୍ୱାମୀ, ଯାଆ, ଦେଢଶୁର ଏବଂ ପୁତୁରା ମିଶି  ଝିଅ ଦେହରେ କିରୋସିନୀ ଢାଳି ଜାଳିମାରି ଦେବାକୁ ଚାହୁଁ ଥିବାଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମୟୁରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମାରା ଗାଁ ରୁ।
ଅଭିଯୋଗ  ଅନୁସାରେ ୨୦୧୮ ମସିହାରେ  ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମାରା ଗାଁର ସୁଲତା ଦାସ ଓ ଅନ୍ତର୍ଯ୍ୟାମୀ ଦାସଙ୍କ ଝିଅ ରୁପା ଦାସ ସହିତ ବାରିପଦା ଟାଉନଥାନା ଅନ୍ତର୍ଗତ ବିଜୟ ରାମଚନ୍ଦ୍ରପୁରର ତପନ ତ୍ରିପାଠୀଙ୍କ ସହିତ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା। ବିବାହ ସମୟରେ ପୁଅ ପକ୍ଷର ଦାବି ମୁତାବକ  ଯୌତୁକ ମଧ୍ୟ  ଦେଇଥିଲେ ଝିଅ ପକ୍ଷ। ବେଶ ଶାନ୍ତିଶୃଙ୍ଖଳା ମଧ୍ୟରେ ସାମାଜିକ ରୀତିନୀତି ଅନୁସାରେ ବେଦୀରେ ଶେଷ ହୋଇଥିଲା ବିବାହରୀତି। ବିବାହର କିଛିଦିନ ବେଶ ହସଖୁସିରେ ଆଗକୁ ବଢି ଚାଲିଥିଲା ସଂସାରରଥ। ହେଲେ କିଛିଦିନ ପରେ ଅଧିକ ଯୌତୁକ ଦାବି କରିଥିଲେ ରୁପାର ସ୍ୱାମୀ।ବେପାରର କଳେବର ବଢ଼େଇବା ପାଇଁ ବାପଘରୁ ଟଙ୍କା ଆଣିବା ପାଇଁ ସ୍ତ୍ରୀ ଉପରେ ଆରମ୍ଭ କରିଦେଲେ  ଅକଥନିୟ ଅତ୍ୟାଚାର। ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଶେଷରେ ବାପା ମାଆ ଙ୍କୁ ଜଣାଇଥିଲା ଝିଅ ରୁପା। ଝିଅ ମୁହଁରେ ଖୁସି ଦେଖିବା ପାଇଁ ଅଭାବୀ ବାପାମାଆ ନିଜର ଜମିବାଡ଼ି ବିକ୍ରିକରି ଆଉକିଛି ଟଙ୍କା ମଧ୍ୟ ଦେଇଥିଲେ । ଏଇ ଭିତରେ ଏକ କୁନିସନ୍ତାନ ରୁପାର କୋଳକୁ ଆସିଥିଲା।ସନ୍ତାନର ମାଆ ହେବାପରେ ସବୁ ଠିକଠାକ ହେଇଯିବ ବୋଲି ଭାବି ଅକଥ୍ୟ ନିର୍ଯ୍ୟାତନାକୁ ସହି ଦୁଃଖକଷ୍ଟକୁ ନିଜ ଭିତରେ ଚାପିରଖି ସହି ଯାଉଥିଲା ଅସହାୟରୁପା। କିନ୍ତୁ ନାଁ,, ଥମିବା ବଦଳରେ ଦିନକୁଦିନ ରୁପା ଉପରେ ବଢି ଚାଲିଲା ଅତ୍ୟାଚାର। ଅଭିଯୋଗ ମୁତାବକ ଏଥିରେ ରୂପାର ସ୍ୱାମୀ ତପନକୁ ସାହାଯ୍ୟ କରୁଥିଲେ ତାଙ୍କ ଭାଉଜ। ଆଉ ସେ ଦିନଥିଲା କାଳରାତି। ରୁପା ଶୋଇଥିବା ଅବସ୍ଥାରେ ତା ଉପରକୁ କିରୋସିନ ଛାଟି ନିଆଁ ଲଗେଇ ଦେଇଥିଲେ। ରୁପା ଯନ୍ତ୍ରଣାରେ ଚିତ୍କାର କରୁଥିଲେ ବି କେହି ଶୁଣିନଥିଲେ। ଶେଷରେ ବହୁକଷ୍ଟରେ ନିଜ ମାଆକୁ ଫୋନ୍ କରି ସବୁ କହିଲା ପରେ ବାପାମାଆ ଯାଇ ଝିଅକୁ ପୋଲିସ ସହାୟତାରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ। କିଛିଦିନପରେ ସାମାନ୍ୟ ସୁସ୍ଥ ହୋଇ ଫେରିଥିଲେ ଘରକୁ। ଏବାବଦରେ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ତପନକୁ  ପୋଲିସ ଗିରଫ କରିଥିବା ସୂଚନା ମିଳିଛି। କିନ୍ତୁ ରୁପାର ଅଭିଯୋଗ ଅନୁଯାଇ ତା ଦେଢ଼ସୁର, ଯାଆ ଏବଂ ପୁତୁରା ମାନେ ମଧ୍ୟ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବାରୁ ଉପଯୁକ୍ତ ତଦନ୍ତ କରାଯାଇ ତୁରନ୍ତ ତାଙ୍କୁ ମଧ୍ୟ ଗିରଫ କରାଯାଉ। ଏଘଟଣାକୁ ନେଇ ପୋଲିସର ତଦନ୍ତ ଚାଲିଥିଲା ବେଳେ ରୁପାକୁ ନ୍ୟାୟ ମିଳୁଛି ନା ଆଇନର ଗଳାବାଟ ଦେଇ ଦୋଷୀ ଖସି ଯାଉଛି ତାହା ଦେଖିବାକୁ ବାକି ରହିଲା।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking