39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗବିଧାନସଭା ସାମନାରେ ପୁଣି ଆତ୍ମାହୁତି ଉଦ୍ୟମ

ବିଧାନସଭା ସାମନାରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ସାମନାରେ ପୁଣି ଆତ୍ମାହୁତି ଉଦ୍ୟମ ହୋଇଛି । ହଂସପାଳ ଅଞ୍ଚଳର ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି । ମଞ୍ଚେଶ୍ୱରର ଥାନା କିଛି ଶୁଣୁ ନଥିବା ପ୍ରତିବାଦରେ ବ୍ୟକ୍ତି ଜଣକ ଏହି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ।

ତେବେ ଆଗକୁ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ପ୍ରସ୍ତୁତ ଜୋର ସୋରରେ ଚାଲିଥିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଏହି ସମୟରେ ଏଭଳି ଏକ ଘଟଣା ଘଟିଛି ।

ତେବେ ବ୍ୟକ୍ତି ଜଣଙ୍କ ପାରିବାରିକ ସମସ୍ୟାକୁ ନେଇ ବାରମ୍ବାର ଥାନାରେ ଯାଇ ଅଭିଯୋଗ କରିବା ପରେ ମଧ୍ୟ ଥାନା ଅଧିକାରୀ ତାଙ୍କ କଥା ଶୁଣି ନଥିଲେ । ତାଙ୍କ ପତ୍ନୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ସେ ମଞ୍ଚଶ୍ୱର ଥାନାରେ କରିଥିଲେ । ନ୍ୟାୟ ନମିଳିବାରୁ ସେ ଆଜି ବିଧାନ ସଭା ସାମନାରେ ଏହି ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ସମୟରେ ବିଧାନସଭା ପାଖରେ ଥିବା ସୁରକ୍ଷା କର୍ମୀ ମାନେ ତାଙ୍କୁ କାବୁ କରିନେଇଥିଲେ ଓ ତାଙ୍କ ସହ ଆଲୋଚନା କରି ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking