27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଆତ୍ମଘାତୀ ବିସ୍ଫୋରଣରେ ୩୪ ମୃତ

ଆତ୍ମଘାତୀ ବିସ୍ଫୋରଣରେ ୩୪ ମୃତ

କାବୁଲ : ଆଫଗାନିସ୍ତାନର ଦୁଇଟି ସ୍ଥାନରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟି ୩୪ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ବିସ୍ଫୋରଣଟି ପୂର୍ବାଞ୍ଚଳ ଗଜନି ପ୍ରଦେଶରେ ହୋଇଥିବାବେଳେ ଦ୍ବିତୀୟ ବିସ୍ଫୋରଣଟି ଦକ୍ଷିଣାଞ୍ଚଳରେ ହୋଇଛି। ଗଜନି ପ୍ରଦେଶରେ ଏକ ସେନା ଶିବିରକୁ ନିଶାଣ କରି ଆତଙ୍କବାଦୀ ଆତ୍ମଘାତୀ କାରବୋମା ବିସ୍ଫୋରଣ କରିଥିଲେ। ଏଥିରେ ୩୧ଜଣଙ୍କର ମୃତ୍ୟୁ ହେବା ସହିତ ୨୪ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳରେ ହୋଇଥିବା ବିସ୍ଫୋରଣଟି ପ୍ରାଦେଶିକ ପରିଷଦ ମୁଖ୍ୟ ଆଟ୍ଟାଜାନ ହକବାୟତଙ୍କୁ ନିଶାଣ କରାଯାଇଥିଲା। ଏଥିରେ ହକବାୟତ ବର୍ତ୍ତିଯାଇଥିବାବେଳେ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି। ହକ୍‌ବାୟତ ସାମାନ୍ୟ ଆହତ ହୋଇଛନ୍ତି। ଦ୍ବିତୀୟ ଆକ୍ରମଣରେ ୧୨ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking