27.1 C
Bhubaneswar
Thursday, April 25, 2024
Homeଓଡିଶାଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ନୂଆ ବର୍ଷର ଦ୍ୱିତୀୟ ଦିନ ଏକ ଦୁଃଖଦ ଘଟଣାରୁ ଆରମ୍ଭ । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ବାରିପଦା ସହରର ବାରୁଣୀ ଶିବମନ୍ଦିର ନିକଟ ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତିଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ପୋଲର ବାଡାରେ ଏକ ରସି ବାନ୍ଧି ପୋଲ ତଳକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/01/02/5-injured-in-two-brothers-attack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking