29.1 C
Bhubaneswar
Thursday, April 25, 2024
Homeଖେଳସୁହଲ୍ ଜୁନିୟର୍ ଶୁଟିଂ ବିଶ୍ୱକପ୍ : ଭାରତୀୟ ଟ୍ରାପ୍ ଟିମ୍ ଜିତିଲେ ଦୁଇଟି ରୌପ୍ୟ

ସୁହଲ୍ ଜୁନିୟର୍ ଶୁଟିଂ ବିଶ୍ୱକପ୍ : ଭାରତୀୟ ଟ୍ରାପ୍ ଟିମ୍ ଜିତିଲେ ଦୁଇଟି ରୌପ୍ୟ

ସୁହଲ୍‌(ଜର୍ମାନୀ): ଭାରତୀୟ ପୁରୁଷ ଓ ମହିଳା ଟ୍ରାପ୍ ଟିମ୍ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍ ଜୁନିୟର ବିଶ୍ୱକପ୍‌ରେ ଆଉ ୨ଟି ରୌପ୍ୟ ପଦକ ଜିତି ଶୀର୍ଷ ସ୍ଥାନରେ ଭାରତର ଅଗ୍ରଣୀକୁ ଆହୁରି ମଜଭୁତ କରିଛନ୍ତି । ଅଦ୍ୟାବଧି ଭାରତ ଏହି ପ୍ରତିଯୋଗିତାରେ ୮ଟି ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଓ ଆମେରିକା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍ ଦକ ଜିତି ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମହିଳା ଟ୍ରାପ୍ ଟିମ୍ ଫାଇନାଲ୍‌ରେ ଭାରତର ପ୍ରୀତି ରଜକ, ସବୀରା ହ୍ୟାରିସ୍ ଓ ଭବ୍ୟା ତ୍ରିପାଠୀ ଇଟାଲି ଟିମ୍‌ଠାରୁ ୨-୬ରେ ହାରିଯାଇଥିଲେ । ପରେ ଶାର୍ଦ୍ଦୁଲ୍ ଭିହାନ୍‌, ଆର୍ଯ୍ୟବଂଶ ତ୍ୟାଗୀ ଓ ବିଭାନ କପୁର୍ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ଆମେରିକାଠାରୁ ୪-୬ର ଅଳ୍ପ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଜୁନିୟର୍ ବିଶ୍ୱକପ୍‌ର ଶଟ୍‌ଗନ୍ ବିଭାଗରେ ଏହି ୨ଟି ରୌପ୍ୟ ଭାରତର ପ୍ରଥମ ପଦକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking