27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବଲାଙ୍ଗୀର ଉପ ଜିଲ୍ଲାପାଳ ଭାବେ ଯୋଗ ଦେବେ ସୁଧାକର ନାୟକ

ବଲାଙ୍ଗୀର ଉପ ଜିଲ୍ଲାପାଳ ଭାବେ ଯୋଗ ଦେବେ ସୁଧାକର ନାୟକ

ବଲାଙ୍ଗୀର: ବଲାଙ୍ଗୀର ର ନୂତନ ଉପ ଜିଲ୍ଲାପାଳ ଭାବେ ସୁଧାକର ନାୟକ ଯୋଗ ଦେବେ ବୋଲି ଜଣାପଡିଛି । ଶ୍ରୀ ନାୟକ ଦୀର୍ଘ ୩ ବର୍ଷ ଧରି ଟିଟିଲାଗଡ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ତେବେ କିଛି ମାସ ତଳେ ସରକାର ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରିଥିଲେ । ସେଠାରୁ ତାଙ୍କୁ ବ୍ରହ୍ମୁପୁରରେ କୋଭିଡ ପରିଚାଳନା ପାଇଁ ବଦଳି କରାଯାଇଥିଲା । ଇତି ମଧ୍ୟରେ ତାଙ୍କୁ ବଲାଙ୍ଗୀର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ଦିନେ ଦୁଇଦିନ ମଧ୍ୟରେ ବଲାଙ୍ଗୀରରେ ଯୋଗ ଦେବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ ଯେ , ବଲାଙ୍ଗୀରରେ ଅବସ୍ଥାପତି ଥିବା ଉପ ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ତାଙ୍କର ଜଣେ ଅଧସ୍ତନ କର୍ମଚାରୀଙ୍କୁ ଅସଦାଚାଣ କରିବା ଅଭିଯୋଗରେ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking