30.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମିକର ବାହାଘର କିନ୍ତୁ ଅଭିଯୋଗ ଶୁଣିଲାନି ପୋଲିସ,ଆଉ ତା'ପରେ....

ପ୍ରେମିକର ବାହାଘର କିନ୍ତୁ ଅଭିଯୋଗ ଶୁଣିଲାନି ପୋଲିସ,ଆଉ ତା'ପରେ….

କୁଚିଣ୍ଡା : ପ୍ରତାରକ ପ୍ରେମିକର ବାହାଘର ଅଟକାଇବାକୁ ଗୁହାରି କଲେ,ହେଲେ ପୋଲିସ ଶୁଣିଲାନି ଅଭିଯୋଗ । ଏହାପରେ ଥାନା ପରିସରରେ ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ । ତେଣୁ ହତାଶ ହୋଇ ଯୁବତୀ ଜଣଙ୍କ ଏପରି କରିଥିବାର ଶୁଣାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିସ୍ଥ୍ୟା କରା ଯାଉଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, କୁଚିଣ୍ଡା ଥାନା ଅନ୍ତର୍ଗତ ସଇଡା ଗାଁ ବେଦବ୍ୟାସ ଭୀମଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଗତ ୪ବର୍ଷ ହେଲା ବେଦବ୍ୟାସ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ , ପରେ ଯୁବତୀ ଜଣଙ୍କ ବିବାହ ପାଇଁ କହିବାରୁ ଯୁବକ ତାଙ୍କ ମାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କହି କିଛି ଦିନ ସମୟ ମାଗିଥିଲେ । ମାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ହେବା ପରେ ଯୁବକ ଜଣଙ୍କ ଅନ୍ୟ ସ୍ଥାନାରେ ବିବାହ କରିଥିବା ଖବର ଯୁବତୀ ଜାଣିବାକୁ ପାଇଥିଲେ , ଏନେଇ ସେ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ପୋଲିସ ତାଙ୍କ ଏତଲା ରଖିବାରେ ବିଳମ୍ବ କରିବାରୁ ଯୁବତୀ ଜଣଙ୍କ ନିଜ ସାଙ୍ଗରେ ଆଣିଥିବା ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking