40.1 C
Bhubaneswar
Thursday, April 25, 2024
Homeଅପରାଧଫ୍ୟାଶନ୍ ଡିଜାଇନିଙ୍ଗ ଛାତ୍ରୀ ହାରିଲେ ଜୀବନ, ଜାଣନ୍ତୁ କାରଣ...

ଫ୍ୟାଶନ୍ ଡିଜାଇନିଙ୍ଗ ଛାତ୍ରୀ ହାରିଲେ ଜୀବନ, ଜାଣନ୍ତୁ କାରଣ…

ଚଣ୍ଡିଗଡ଼ : ଚଣ୍ଡିଗଡରେ ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି | ଯୁବ ପିଢିଙ୍କ ମଧ୍ୟରେ ଆଜିକାଲି ଗେମର ନିଶା ଅତ୍ୟଧିକ ପରିମାଣରେ ଦେଖିବାକୁ ମିଳୁଛି | ଏହି ଗେମ ପାଇଁ କିଛି ପିଲା ବିଭସ୍ଥ କାଣ୍ଡ ଘଟାଇଥିବାର ସୂଚନା ମିଳିଛି | କିଛି ପିଲା ଗେମ ପାଇ ମାନସିକ ବିକାରଗ୍ରସ୍ତ ପାଲଟି ଯାଉଛନ୍ତି | ପୁଣି ଏଭଳି ଏକ ଗଟଣା ରବିବାର ସକାଳେ ଘଟିଥିବାର ସୂଚନା ମିଳିଛି । ଫ୍ୟାଶନ ଡିଜାଇନିଙ୍ଗ କୋର୍ସ କରୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ । ଏହା ବ୍ଲୁ ହ୍ୱେଲ, ମୋମୋ ଚ୍ୟାଲେଞ୍ଜ ଗେମ୍ ଭଳି ଘଟଣା କି ଏହା ପଛରେ ଆଉ କୌଣସି କାରଣ ରହିଛି ଏନେଇ ପୋଲିସର ତଦନ୍ତ ଜାରି ରହିଛି । ମୃତା ଚାତ୍ରୀ ଜଣକ ହେୁଛନ୍ତି ଅସ୍ମିତା | ସେକ୍ଟର-୧୯ର ଘର ନମ୍ବର ୩୨୬୩ରେ କୁଲ୍ଲୁ ବାସିନ୍ଦା ଛାତ୍ରୀ ଅସ୍ମିତା ରହୁଥିଲେ । ସେ ଏକ ଇନଷ୍ଟିଚ୍ୟୁଟରେ ଫ୍ୟାଶନ ଡିଜାଇନିଙ୍ଗ କୋର୍ସ କରୁଥିଲେ ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ସକାଳ ୧୧ଟାରେ ଅସ୍ମିତା ଫୋନ୍ ନ ଉଠାଇବାରୁ ତାଙ୍କ ସାଙ୍ଗମାନେ ଦେଖା କରିବାକୁ ଘରକୁ ଆସିଥିଲେ। ଘର ଭିତରୁ ବନ୍ଦ ଥିଲା ଏବଂ କେହି କବାଟ ଖୋଲିନଥିଲେ। ଏହା ପରେ ସେମାନେ ଝରକାରେ ଅସ୍ମିତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପୋଲିସ୍ କବାଟ ଭାଙ୍ଗି ଅସ୍ମିତାଙ୍କୁ ତଳକୁ ଓହ୍ଲାଇଥିଲେ। ଅସ୍ମିତାଙ୍କ ସାଙ୍ଗମାନେ କହିଥିଲେ ଯେ ଅସ୍ମିତା ଗତ ୪ମାସରୁ ଘରୁ ବହୁତ କମ୍ ବାହାରୁଥିଲେ। ସେ ସବୁବେଳେ ଫୋନରେ ଫ୍ରି ଫାୟର ଅନଲାଇନ୍ ଗେମ୍ ଖେଳୁଥିଲେ। ଗତ ଶନିବାର ସେମାନେ ଅସ୍ମିତାଙ୍କୁ ଦେଖା କରିବାକୁ ଯାଇଥିଲେ । କିନ୍ତୁ ସେ ଗେମ୍ ଖେଳୁଥିବାବେଳେ ତାଙ୍କୁ ଡିଷ୍ଟର୍ବ ନକରିବାକୁ କହିଥିଲେ । ଏହାପରେ କଣ ଘଟିଲା ତାହା ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking