26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏପରି ଏକ ଶ୍ମଶାନ, ଯେଉଁଠି ଶବଠାରୁ ଆଦାୟ ହେଉଛି ଟ୍ୟାକ୍ସ

ଏପରି ଏକ ଶ୍ମଶାନ, ଯେଉଁଠି ଶବଠାରୁ ଆଦାୟ ହେଉଛି ଟ୍ୟାକ୍ସ

ନୂଆଦିଲ୍ଲୀ : ଦୁନିଆରେ ଅନେକ ପରମ୍ପରା ରହିଛି, ଯାହାକୁ ଆଜି ବି ଲୋକମାନେ ପାଳନ କରିଆସୁଛନ୍ତି । ସେହିପରି ଏକ ପରମ୍ପରା ଭାରତର ଉତ୍ତରପ୍ରଦେଶ ରାଜ୍ୟର ବାରଣାସୀ ସହରରେ ପାଳନ କରାଯାଉଛି । ଏମିତିରେ ବି ବାରଣାସୀ ୩ଟି ଜିନିଷ ପାଇଁ ପ୍ରସିଦ୍ଧ ରହିଛି । କାଶୀ ବିଶ୍ୱନାଥ ମନ୍ଦିର, ବନାରସୀ ସାଢ଼ୀ ଓ ମଣିକର୍ଣ୍ଣିକା ଘାଟ । ହିନ୍ଦୁ ରୀତି ଅନୁସାରେ ଦିନରେ ହିଁ ଦାହ ସଂସ୍କାର ହୋଇଥାଏ, କିନ୍ତୁ ଗଙ୍ଗା ନଦୀ କୂଳରେ ଥିବା ମଣିକର୍ଣ୍ଣିକା ଘାଟରେ ଦିନ ରାତି ୨୪ ଘଣ୍ଟା ଶବ ସଂସ୍କାର ହୋଇଥାଏ । କୁହାଯାଏ କି ମଣିକର୍ଣ୍ଣିକା ଘାଟରେ ଚିତା ଜଳିବା ଦ୍ୱାରା ଲୋକଙ୍କୁ ସିଧାସଳଖ ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଠାରେ ଗୋଟିଏ ଦିନରେ ପ୍ରାୟ ୩୦୦ ଶବର ଅନ୍ତିମ ସଂସ୍କାର ହୋଇଥାଏ ।

ଏହି ଶ୍ମଶାନ ଘାଟକୁ ଆସୁଥିବା ପ୍ରତ୍ୟେକ ଶବକୁ ଚିତାରେ ଶୁଆଇବା ପୂର୍ବରୁ ଟ୍ୟାକ୍ସ ଆଦାୟ କରାଯାଏ । ଶ୍ମଶାନ ଘାଟରେ ଶବଠାରୁ ଟଙ୍କା ଆଦାୟ କରିବାର ପଛର କାରଣ ମଧ୍ୟ ଅଧିକ କୌତୁହଳପୂର୍ଣ୍ଣ । ମଣିକର୍ଣ୍ଣିକା ଘାଟରେ ଅନ୍ତିମ ସଂସ୍କାରର ମୂଲ୍ୟ ଦେବାର ପରମ୍ପରା ପ୍ରାୟ ୩ ହଜାର ବର୍ଷର ପୁରୁଣା ।

କୁହାଯାଏ ଯେ, ସେହି ଦିନଠାରୁ ଶ୍ମଶାନର ରକ୍ଷଣାବେକ୍ଷଣ ଦାୟିତ୍ୱ ଡୋମ ଜାତିକୁ ଦିଆଯାଇଥିଲା । ସେତେବେଳେ ଡୋମ ଜାତିର ଲୋକଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନଥିଲା, ଫଳରେ ଶବଦାହ ଅବସରରେ ସେମାନଙ୍କୁ ଦାନ କରିବାର ପରମ୍ପରା ଥିଲା । ଡୋମ ଜାତିର ଲୋକେ ଶବଦାହର ମୂଲ୍ୟ ମାଗିନଥିଲେ କି ଟଙ୍କା ରୋଜଗାରର ଭୁଲ ଉପାୟ ଗ୍ରହଣ କରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking