27.8 C
Bhubaneswar
Thursday, April 18, 2024
Homeଓଡିଶାଯଜ୍ଞମଣ୍ଡପ ରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ପ୍ରେମୀ ଯୁଗଳ

ଯଜ୍ଞମଣ୍ଡପ ରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ପ୍ରେମୀ ଯୁଗଳ

କଳାହାଣ୍ଡି : ବିବାହ ଏକ ପବିତ୍ର ବନ୍ଧନ । ତେବେ ଆଜିକାଲି ର ବିବାହ ରେ ମଦ ମାଂସ ର ଆସର ଅପେକ୍ଷା ପବିତ୍ର ଯଜ୍ଞ ରେ ଆଜି ବିବାହ କରି ନିଜକ ମୁଁ ଗର୍ବତା ଅନୁଭବ କରୁଛି । ଏହା ଥିଲା ଜଣେ ନବ ବିବାହିତା ବୋହୁ ର ଉକ୍ତି । କୋକସରା ଠାରେ ଅନୁଷ୍ଠିତ ଗାୟତ୍ରୀ ମହାଯଜ୍ଞ ରେ ବିବାହ ବନ୍ଧନ ରେ ଆବଦ୍ଧ ହେଲେ ୨ ନବ ଦମ୍ପତି । ଏହି ନବ ବିବାହିତ ପୂର୍ବରୁ ପ୍ରେମ ବିବାହ କରିଥିଲେ । ତେବେ ଆଜି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ଏହି ପ୍ରେମୀ ଯୁଗଲ ଙ୍କୁ ଯଜ୍ଞ ରେ ଥିବା ଦୁଇ ଜଣ ଯଜମାନ ପୁଅ ଝିଅ ରୂପେ ଗ୍ରହଣ କରି ବିବାହ କାର‌୍ୟ୍ୟ ସଂପନ୍ନ କରିଥିଲେ ଜଣେ ଜଜମାନ ତ୍ରିଭୁବନ ପ୍ରଧାନୀ ସପତ୍ନୀକ ଝିଅ ର ମାତା ପିତା ହୋଇ କନ୍ୟାଦାନ କରିଥିବା ବେଳେ ଯୁଗଲ ହଂସ ସପତ୍ନୀକ ପୁଅ ର ପିତା ମାତା ସାଜିଥିଲେ । ପବିତ୍ର ଯଜ୍ଞ ମଣ୍ଡପ ରେଦୁଇ ଜଜମାନ ପୁଅ ଝିଅ ମାତା ପିତା ହୋଇ ବିବାହ ଭଳି ପବିତ୍ର କାର‌୍ୟ୍ୟ ସମାପନ କରିଥିବାରୁ ସେମାନେ ମଧ୍ୟ ଖୁସି ଅନୁଭବ କରିଛନ୍ତି ଆଗକୁ ମଧ୍ୟ ସେମାନେ ମାତା ପିତା ର କର୍ତବ୍ୟ କରିବେ ବୋଲି କହିଛନ୍ତି । ପରେ ନବ ଦମ୍ପତି ଙ୍କୁ ଯଜ୍ଞ ରେ ବସିଥିବା ଶହ ଶହ ଦମ୍ପତି ମାନେ ଆଶ୍ରିବାଦ ପ୍ରଦାନ କରି ସୁଖମୟ ଜୀବନ ର କାମନା କରିଥିଲେ । ଯଜ୍ଞ ମଣ୍ଡପ ରେ ଦୁଇ ନବ ଦମ୍ପତି ବିବାହ ଓ ସମସ୍ତ ଙ୍କ ସ୍ନେହ ପାଇ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା ।
କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଯାତାୟାତ ତଥା ଦୁରସଂଚାର ଅଭାବ ଯୋଗୁଁ ଏଠି ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ମିଳିପାରେ ନାହିଁ । କିନ୍ତୁ ୨୦୧୫ ମସିହାରୁ ଏହାର ସୁଧାର ଆସିଛି । ୨୦୧୫ରେ ଥୁଆମୂଳ ରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁବନେଶ୍ୱର ମହାନଗର ରୁ ଆସି ଡାକ୍ତର ଭାବେ ଯୋଗଦେଇଥିଲେ ଏମବିବିଏସ ଡାକ୍ତର ଅଭିନାଶ ରଥ । ନିଜର କାର‌୍ୟ୍ୟ ରେ ଯୋଗଦାନ ଦେଲା ଦିନଠାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ ଅନେକ ପରିବର୍ତ୍ତନ । ନିଜର ମଧୁର ବ୍ୟବହାର, କର୍ତ୍ତବ୍ୟପରାୟଣତା ଲୋକଙ୍କୁ ବହୁ ଆକର୍ଷଣ କରିଥିଲା । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାସହ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଦୁର୍ଗମ ଗିରି କୁ ଅତିକ୍ରମ କରି ଲୋକଙ୍କ ପାଖରେ ପହଂଚି ନିଜ ସେବା ପ୍ରଦାନ କରିବା ସହ ଲୋକଙ୍କ ମନରେ କେବେ ଦୁଃଖ ଦେଖୁନଥିଲେ । ସେ ଏକ ଧାରାରେ ଡାକ୍ତର ହେବା ସହ ପଶୁପ୍ରେମୀ ମଧ୍ୟ।ଥୁଆମୂଳ ଜଙ୍ଗଲ ଅଞ୍ଚଳରେ ସାପ ଏକ ସାଧାରଣ କଥା ହୋଇଥିବା ବେଳେ ସେ ସାପ କୁ ନମାରି ନିଜେ ଧରି ଜଙ୍ଗଲ ରେ ଛାଡ଼ିଦେବା ସହ ସାପକୁ ନମରିବା ପାଇଁ ସଚେତନ ମଧ୍ୟ କରୁଥିଲେ । ଦୀର୍ଘ ୫ବର୍ଷ ପରେ ତାଙ୍କୁ ସୁଦୂର ପିପିଲି କୁ ସ୍ଥାନତରଣ ହୋଇଛି । ତାଙ୍କୁ ବିଦାୟ ବେଳା ବେଳେ ଅଞ୍ଚଳରେ ଶୋକକୁଳ ପରିବେଶ ସହ ଏଭଳି ସ୍ଥିତି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking