32.8 C
Bhubaneswar
Tuesday, April 16, 2024
Homeଓଡିଶାରୋଷେଇ ଘର ଛାଡ଼ି କୁକୁଡ଼ା ଫାର୍ମରେ ସସ୍ମିତା

ରୋଷେଇ ଘର ଛାଡ଼ି କୁକୁଡ଼ା ଫାର୍ମରେ ସସ୍ମିତା

ଫୁଲବାଣୀ : କୁକୁଡ଼ା ଚାଷ କରି ଚମକିଲେ ଚକାପାଦ ବୋହୂ ସସ୍ମିତା ପଟ୍ଟନାୟକ । ନିଜେ ସ୍ୱାବଲମ୍ବି ହେବାକୁ ରୋଷେଇ ଘରୁ ବାହାରି କୁକୁଡ଼ା ଫାର୍ମରେ ନିଜକୁ ସାମିଲ୍ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ପ୍ରଥମଥର ପାଇ କଡ଼କଡ଼ାଥ କୁକୁଡ଼ା ଚାଷ କରିବାକୁ ସେ ଅଣ୍ଟାଭିଡ଼ଫିଥିବା ବେଳେ ଏଥିରେ ସଂପୂର୍ଣ୍ଣଭାବେ ସହଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଶରତ ପଟ୍ଟନାୟକ ।
କଡ଼କନାଥ କୁକୁଡ଼ା ଚାଷ ମଧ୍ୟ ପ୍ରଦେଶରେ ହୋଇଥାଏ । ଏହାର ମାସଂ ସୁଆଦିଆ ହୋଇଥିବା ସହ ଏହା ବହୁ ପୁରୁଣା ରୋଗାର ଉପାଚାର ବି କରିବାରେ ସହାୟକ ହୋଇଥାଏ । ବିଶେଷ ମଧୁମେହ ଓ ହୃଦରୋଗୀଙ୍କ ପାଇଁ ଏହାର ମାଂସ ବେଶ୍ ହିତସାଧକ । ଫଳରେ ଏହି ପ୍ରଜାତି କୁକୁଡ଼ାର ବେଶ୍ ଚାହିଦା ରହିଛି । ତେବେ କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଏହି ପ୍ରଜାତିର କୁକୁଡ଼ା ଚାଷ କେହି ମଧ୍ୟ କରିନଥିବା ବେଳେ ସସ୍ମିତା ପ୍ରଥମଥର ପାଇଁ ଏଥିପାଇଁ ଆଗକୁ ଆସିଛନ୍ତି । ନିଜସ୍ୱ ଖର୍ଚ୍ଚରେ ଏକ ଫାର୍ମ ନିର୍ମାଣ କରିଛନ୍ତି । ମଧ୍ୟପ୍ରଦେଶରୁ କୁକୁଡ଼ା ଆଣି ଆରମ୍ଭ କରିଛନ୍ତି ଏହି ଚାଷ । ଗୋଟିଏ ଛୋଟ କୁକୁଡ଼ା ବଡ଼ ହେବା ପାଇଁ ପ୍ରାୟ ୪ ରୁ ୫ ମାସ ଲାଗିବ । କୁକୁଡ଼ା ବଡ଼ ହେଲେ ଗୋଟିଏ ଗୋଟିଏ କୁକୁଡ଼ା ପିଛା ପ୍ରାୟ ୬୦୦ ରୁ ୭୦୦ ଟଙ୍କାର ବିକ୍ରି ହେବ । ବାହାରେ ରାଜ୍ୟରେ ଏହାର ଦାମ୍ ୮୦୦ ଟଙ୍କାରୁ ୧ ହଜାର ଟଙ୍କା । ସେ ଗୋଟିଏ ଗୋଟିଏ ଛୋଟ କୁକୁଡ଼ାକୁ ୮୦ ଟଙ୍କାରେ ସସ୍ମିତା ଭୁବନେଶ୍ୱରର ଏକ କୁକୁଡ଼ା ଫାର୍ମରୁ ଆଣିଥିବାର ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ପ୍ରାୟ ୬୦୦ କୁକୁଡ଼ା ଅଛି । ବଡ଼ ହେବାକୁ ଆଉ ୩ ମାସ ଲାଗିବା । ଆଉ ସରକାରୀ ସହାୟତ କିମ୍ବା ସହଯୋଗ ମିଳିଲେ ବଡ଼ ଫାର୍ମ କରି ବହୁତ କୁକୁଡ଼ା ରଖିବାକୁ ସେ ମଧ୍ୟ ଆଶା ରଖିଛନ୍ତି । ସ୍ୱାମଲମ୍ବି ଓ ଆତ୍ମନର୍ଭରଶୀଳ ହେବାକୁ ରୋଷେଇ ଘର ଛାଡ଼ି ଏଭଳି ପ୍ରଚେଷ୍ଟା ନିଶ୍ଚିତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ତେବେ ଏହି ପ୍ରଚେଷ୍ଟା ପଛରେ କାରଣ ହେଉଛି ଲକ୍‌ଡ଼ାଉନ୍ । ପୂର୍ବରୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭୁବନେଶ୍ୱରରେ ରହୁଥିଲେ । ସେଠାରେ କିଛି କାମ କରି ସେମାନଙ୍କ ପରିବାର ଚଳୁଥିଲା । କିନ୍ତୁ କରୋନା ଯୋଗୁ ସମଗ୍ର ଦେଶରେ ବର୍ତ୍ତମାନ ଲକଡ଼ାଉନ୍ ଲାଗୁ ହୋଇଥିବା ବେଳେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ରହିଛି । ଏଭଳି ସ୍ଥଳେ ଭୁବନେଶ୍ୱରରେ ତାଙ୍କ ଆଉ କାମଧନ୍ଦା ନମିଳିବରୁ ସେମାନେ ବାଧ୍ୟହୋଇ ନିଜ ଗ୍ରାମ ଚକାପାଦ ବ୍ଳକ ଅନ୍ତର୍ଗତ ଆରାବାକା ଗ୍ରାମକୁ ଫେରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ପରିଶ୍ରମ କରିଛନ୍ତି ସେଥିରେ ମଧ୍ୟ କେତେକ କୁକୁଡ଼ା ବିକ୍ରି କରିବା ଆରମ୍ଭ କରିଥିବା ବେଳେ ଯେଉଁ କିଛି ରୋଜଗାର କରିଛନ୍ତି ସେଥିରେ ମଧ୍ୟ ସେମାନେ ବେଶ୍ ଆତ୍ମସନ୍ତୋଷ ଲାଭ କରିଥିବାର ଉଭୟ ଦମ୍ପତି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking