‘ନିର୍ଭୟ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର:  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚ ପ୍ୟାଡରୁ ଆଜି ପରୀକ୍ଷା କରାଯାଇଛି ସବ୍‌-ସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ । ଥଅପରାହ୍ନ ୨ଟା ୨୫ରେ ଏହାର ପରୀକ୍ଷା କରାଯାଇଛି । ଖଞ୍ଜା ଯାଇଥିବା ରାଡାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ନିର୍ଭୟ ମିସାଇଲକୁ ଆଜି ୭୫୦ରୁ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷା କରାଯାଇଛି । ପୂର୍ବରୁଏହି କ୍ଷେପଣାସ୍ତ୍ରରେ ରକେଟ୍ ଇଞ୍ଜିନ୍ ବ୍ୟବହାର କରାଯାଉଥିବାବେଳେ ଆଜିର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ୍ ସର୍ଟ ଟୋର୍ବୋଫ୍ୟାନ୍ ବା ମାନିକ୍ ଇଞ୍ଜିନ୍‌ର ବ୍ୟବହାର କରାଯାଇଛି ।

ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି । ଡିଆରଡିଓର ଏରୋନୋଟିକାଲ ଡେଭଲମେଣ୍ଟାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଦ୍ୱାରା ପ୍ରସ୍ତୁତ ନିର୍ଭୟ କ୍ଷେପଣାସ୍ତ୍ରର ଓଜନ ୧୫୦୦ କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ ୬ ମିଟର ଓ ମୋଟେଇ ୦.୫ ମିଟର । ଏଥିରେ ୨୦୦ରୁ ୩୦୦ହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହି ମିସାଇଲର ଡେଣାର ଲମ୍ବ ୨.୭ ମିଟର ଥିବାରୁ ଏହା ଭୂପୃଷ୍ଠରୁ ୫୦ ମିଟରରୁ ୪ କିଲୋମିଟର ଉଚ୍ଚତାରେ ଏୟାରକ୍ରାଫ୍ଟ ଭଳି ଶତ୍ରୁ ଶିବିର ଚାରିପାଖରେ ଉଡାଣକରି କଣ୍ଟ୍ରୋଲ ରୁମ୍‌କୁ ଫଟୋ ଓ ଭିଡିଓ ପଠାଇ ପାରିବ । ନିର୍ଭୟକୁ ଅଷ୍ଟମ ଥର ପାଇଁ ଗତ ଜୁନ୍ ୨୪ ତାରିଖରେ ସଫଳତାର ସହିତ ପରୀକ୍ଷା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here