29.4 C
Bhubaneswar
Thursday, April 18, 2024
Homeଓଡିଶାଯାଜପୁରପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସଓ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସଓ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର : ଛାତ୍ର ସଂସଦ ନିର୍ବାଚନ ଛାତ୍ର ଛତ୍ରୀ ମାନଙ୍କ ହାତରେ ଏକ ଗଣତାନ୍ତ୍ରିକ ଅଧିକାର । ଏହି ଅଧିକାର ମାଧ୍ୟମରେ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ହେଉଥିବା ସମସ୍ତ ପ୍ରକାର ଅନ୍ୟାୟ ବିରୁଦ୍ଧରେ ଦୃଢ଼ ଭାବରେ ପ୍ରତିବାଦ କରନ୍ତି। ମାତ୍ର ଗତ ଚାରି ବର୍ଷ ହେବ ଆମ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଏହି ଅଧିକାରକୁ ଛଡ଼ାଇ ନେଇଛନ୍ତି ଏବଂ ଅତ୍ୟନ୍ତ ଅନ୍ୟାୟ ଭାବରେ ଶିକ୍ଷା ବିରୋଧୀ ନୀତିମାନ ପ୍ରଚଳନ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ପୁନଃ ପ୍ରଚଳନ କରିବା ପାଇଁ ଅଲଇଣ୍ଡିଆଡିଏସଓ ଛାତ୍ର ସଂଗଠନ ପକ୍ଷରୁ ଦୀର୍ଘ ଦିନରୁ ଦାବି କରାଯାଉଛି । ଏହି ଦାବିରେ ରାଜ୍ୟ ବ୍ୟାପୀ ବିଭିନ୍ନ ଜାଗାରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଅଲ୍ ଇଣ୍ଡିଆ ଡି ଏସ ଓ ଯାଜପୁର ରୋଡ ଆଞ୍ଚଳିକ କମିଟି ପକ୍ଷରୁ ରାଜ୍ୟ ଉପସଭାପତି କମ୍ରେଡ୍ ନିରୁପମା ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ପ୍ରଚଳନ କରିବା ଦାବିରେ କଳିଙ୍ଗ ନଗର ଏ ଡି ଏମ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷରୁ ଯଦି ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ନ ହୁଏ ତେବେ ଆଗାମୀ ଦିନରେ ଦୁର୍ବାର ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking