27.1 C
Bhubaneswar
Friday, March 29, 2024
Homeଓଡିଶାଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଲା ସୁଭଦ୍ରା

ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଲା ସୁଭଦ୍ରା

ଫୁଲବାଣୀ : ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ । ଫୁଲବାଣୀର ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା । ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା । ଜଗାକୁ ଛାଡି କାଳିଆ ଚାଲିଯିବା ପରେ ଜଗା ଘରକୁ ସାନ ଭଉଣୀ ସୁଭଦ୍ରା ଆସିଥିଲା । ତାକୁ ଦେଖି ଜଗା ବହୁତ ଖୁସି ହୋଇଥିଲା । କାଳିଆର ବିୟୋଗ ପରେ ଜଗା ମନରେ ଦୁଖଃ ଥିଲା । ଭଉଣୀକୁ ପାଇ ଜଗା ସେହି ଦୁଃଖକୁ ଭୁଲିଯାଇଥିଲା । ଆଜି ରକ୍ଷା ବନ୍ଧନରେ ଭଉଣୀ ହାତରୁ ରଖି ପିନ୍ଧି ଜାଗା ବେଶ୍ ଖୁସି ହୋଇ ଥିବା ଜଗାର ମା ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking