27.1 C
Bhubaneswar
Monday, September 30, 2024
Homeଓଡିଶାବାଇକ-ହାଇୱା ମୁହାଁ ମୁହିଁ ଧକ୍କା,ଜଣେ ମୃତ, ଜଣେ ଗୁରୁତର

ବାଇକ-ହାଇୱା ମୁହାଁ ମୁହିଁ ଧକ୍କା,ଜଣେ ମୃତ, ଜଣେ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଜନମୁରା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ କଲେଜ ଛାତ୍ର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଛାତ୍ର ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ର ଦୁଇଜଣ ହେଲେ ସୁବର୍ଣ୍ଣପୁର ମଡେଲ ଡିଗ୍ରୀ କଲେଜର ଆଲୋକ ଖୁରା ଓ ମନୋଜ ଥାପା ବୋଲି ଜଣାପଡିଛି । ଆଲୋକ ଖୁରା ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟବରଣ କରିଥିବା ଜଣା ପଡିଛି । ମଡେଲ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ନିଜର କ୍ଲାସ ସାରି ଫେରୁଥିବା ବେଳେ ଜନମୁରା ଗାଁ ଭିତରେ ଏକ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ଆଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଡିର ସାମ୍ନା ପଟ ସମ୍ପୁର୍ଣ୍ଣଭାବେ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ଆଲୋକକୁ ଡାକ୍ତର ମୃତ ଘଷୋଣା କରିଥିବାବେଳେ ମନୋଜ ଥପାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାସ୍ତର କରିଛନ୍ତି । ଆଲୋକ ଖୁରାଙ୍କ ଘର ବିରମହାରାଜପୁର ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଚିଂ ହାଇୱାକୁ ଅଟକ ରଖିବା ସହ ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking