26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶଚିକେନ ଖାଇ ଅସୁସ୍ଥ ହେଲେ ୧୬୮ ଜଣ ଛାତ୍ରୀ

ଚିକେନ ଖାଇ ଅସୁସ୍ଥ ହେଲେ ୧୬୮ ଜଣ ଛାତ୍ରୀ

ତେଲେଙ୍ଗାନା : ବିଷାକ୍ତ ଚିକେନ୍ ଖାଇ ୧୬୮ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ୧୨୦ ଜଣ ଛାତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ତେଲେଙ୍ଗାନାରେ ଏହି ଘଟଣା ଘଟିଛି। ଅସୁସ୍ଥ ଛାତ୍ରୀମାନେ ଗୋଟିଏ ଛାତ୍ରୀ ନିବାସରେ ରହୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ତେଲେଙ୍ଗାନା ରାଜ୍ୟର ଏକ ଗୁରୁକୁଳ ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା । ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ । ପେଟରେ ଯନ୍ତ୍ରଣା ହେଉଥିବା ନେଇ ସ୍କୁଲ୍ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଅଧିକାରୀମାନେ ଏଥିପ୍ରତି ଏତେ ଗୁରୁତ୍ଵ ଦେଇନଥିଲେ । ତେଲେଙ୍ଗାନା ଅର୍ଥମନ୍ତ୍ରୀ ହରିଶ ରାଓ ସମସ୍ତ ଛାତ୍ରୀଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୬୮ ଜଣ ଛାତ୍ରୀଙ୍କୁ ସ୍ଥାନୀୟ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରୁ ଗୁରୁତର ୧୨୦ ଛାତ୍ରୀ ଭେଣ୍ଟିଲେଟରରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking