37.1 C
Bhubaneswar
Thursday, March 28, 2024
Homeଓଡିଶାବିଡିଓ ଓ ଥାନାଅଧିକାରୀଙ୍କ ସହଯୋଗରେ ହଷ୍ଟେଲ୍ ଛାଡ଼ିଲେ ଅନ୍ତେବାସୀ

ବିଡିଓ ଓ ଥାନାଅଧିକାରୀଙ୍କ ସହଯୋଗରେ ହଷ୍ଟେଲ୍ ଛାଡ଼ିଲେ ଅନ୍ତେବାସୀ

ଫୁଲବାଣୀ : ସମଗ୍ର ରାଜ୍ୟରେ ହଷ୍ଟେଲ୍ ଛାତ୍ରଛାତ୍ରୀମାନଙ୍କୁ ଖାଲି କରିବା ପାଇଁ ନିର୍ଦ୍ଦେଶ ପ୍ରକାରେ ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ ଦେଖାଯାଇଥିଲା ଏକ ଭିନ୍ନ ପରିସ୍ଥିତି । ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସମସ୍ତ ୧୪ଟି ଆଶ୍ରମ ଓ ସେବାଶ୍ରମ ଅଚାନକ ଭାବେ ବନ୍ଦ ହୋଇଯାଇଥିବା ବେଳେ ଅନ୍ତେବାସୀମାନେ ଚାଲି ଚାଲି ନିଜ ନିଜ ଘରକୁ ଯାଉଥିବାର ଦେଖାଯାଇଥିଲା । ଏହି ଦୃଶ୍ୟ କିଛି କିଛି ଲୋକଙ୍କ ନଜରରେ ପଡ଼ିବା ପରେ ଏଥିରେ ହସ୍ତକ୍ଷେପ କରି ଏ ସଂପର୍କରେ ସ୍ଥାନୀୟ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଜଣାଇଥିଲେ । ଖବର ପାଇଁ ବିଡିଓ ନେଡ଼ିପଦର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସଙ୍ଗେସଙ୍ଗେ ବିଭିନ୍ନ ସ୍କୁଲ ନିଜେ ପରିଦର୍ଶନ କରି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସହିତ ଏ ସମ୍ପର୍କରେ କଥା ହୋଇଥିଲେ । ଉଭୟଙ୍କ ଆଲୋଚନା ପରେ ପ୍ରତ୍ୟେକ ଆଶ୍ରମ ଓ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କୁ ନେବା ପାଇଁ ଆସୁଥିବା ଅଭିଭାବକ ମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା ସହିତ ଓ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟର ୟୁନିଫର୍ମ ପିନ୍ଧି ନିଜ ନିଜ ଘରକୁ ଯିବାରେ ବ୍ୟବସ୍ଥା କରାଯାଇଥିଲା । ଏଥି ସହିତ ଅଭିଭାବକମାନେ ଯେଉଁ ଅଟୋ କିମ୍ବା ବାଇକରେ ଯାଉଛନ୍ତି ସେମାନଙ୍କୁ ଛାଡ଼ିଦେବାକୁ ମଧ୍ୟ ବିଡିଓ ଦାୟିତ୍ୱରେ ଥିବା ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଆଉ କେତେକ କୌଣସି ପ୍ରକାର ସୁବିଧା ନପାଇ ଚାଲିଚାଲି ନିଜ ନିଜ ଗ୍ରାମକୁ ଯାଉଥିବା ଦେଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking