26.1 C
Bhubaneswar
Wednesday, May 25, 2022
Homeଓଡିଶାଅନ୍‌ଲାଇନ୍ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ

ଅନ୍‌ଲାଇନ୍ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଅନ୍‌ଲାଇନ୍ ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଗତ ୨ବର୍ଷ ହେବ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ କେବେ ସ୍ୱାଭାବିକ ହେବ ତାହା ବି ଅସ୍ପଷ୍ଟ । ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ବାର୍ଷିକ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ତେବେ ଦୀର୍ଘ ଦିନ ପରେ ଅଫଲାଇନ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ହେବାର କିଛିଦିନ ମଧ୍ୟରେ ପୁଣି ଓମିକ୍ରନ ଭୟରେ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ବର୍ତ୍ତମାନ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଟେଲ୍‌, ମଲ୍‌, ହଲ୍ ଓ ହାଟ ବଜାର ଖୋଲାଥିବା ହେତୁ ଶିକ୍ଷାନୁଷ୍ଠାନ ଖୋଲିବାକୁ କିଛି ଛାତ୍ରଛାତ୍ରୀ ଦାବି କରୁଛନ୍ତି । ଅଫଲାଇନରେ ସିଲାବସ୍ ଶେଷ କରିବା ସହ ପୂର୍ବରୁ ୩ଟି କ୍ୱାଟର ପରୀକ୍ଷା ହୋଇଥିଲା । ଯାହାର ମାର୍କକୁ ନେଇ ମାର୍କିଂ କରିବାକୁ ଦାବି କରିଛନ୍ତି । ରାଜ୍ୟର ଏକାଧିକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ହୋଇ ସରକାରଙ୍କ ନିକଟରେ ଦାବି କରିବା ସହ ଆଗାମୀ ଦିନରେ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି । ଅପରପକ୍ଷେ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍ କଟକଣା ପାଳନ କରିବା ସ୍େ‌ତ୍ୱ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ । ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ଯଦି କ୍ଲାସ କରାଯାଏ ତେବେ କୋଭିଡ୍ ବ୍ୟାପିବ ବୋଲି ଆଶଙ୍କା ରହିଛି । ଏପରିକି ଅନେକ ସ୍କୁଲ, କଲେଜରେ ଅଧ୍ୟ।।ପକ, ଶିକ୍ଷକ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇପଡ଼ିଛନ୍ତି । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ଅନ୍‌ଲାଇନ୍ ପାଠପଢ଼ା ଜାରି କରିବାକୁ ନିଷ୍ପତ୍ତି ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking