38.8 C
Bhubaneswar
Friday, April 19, 2024
Homeଓଡିଶାପାୱାରବେଲି ସ୍କୁଲରେ ୮ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ

ପାୱାରବେଲି ସ୍କୁଲରେ ୮ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ

ଝରିଗାଁ : ପ୍ରଶାସନ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି । ତେବେ ଚାଉଳ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ସଠିକ ଓଜନ ଓ ସଠିକ୍ ସମୟରେ ଚାଉଳ ଯୋଗାଇ ଦେଉନଥିବା ହେତୁ ଝରିଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ରନ୍ଧା ଖାଦ୍ୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରଛାତ୍ରୀମାନେ ୮ ଦିନ ହେଲା ମଧ୍ୟାହ୍ନ ଭୋଜନ ନଖାଇ ଘରକୁ ଫେରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଲକ୍ ଫୁପୁଗାଁ କ୍ଲଷ୍ଟରର ପାୱାରବେଲି ପ୍ରାଥମିକ ବିଦ୍ୟାଳୟରେ ।
ସୂଚନା ଅନୁଯାୟୀ, ପାୱାରବେଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ବିଦ୍ୟାଳୟରେ ଚାଉଳ ନଥିବା ହେତୁ ଆଜିକୁ ୮ ଦିନ ହେବ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ । ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ନିଳାମ୍ବର ସାନ୍ତାଙ୍କୁ ଜଣାଇଥିଲେ । ସରପଞ୍ଚ ଶ୍ରୀ ସାନ୍ତା ଏ ନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ସିଆରସିସି ପ୍ରୀତମ ପନକାଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ବିଦ୍ୟାଳୟରେ ପ୍ରତିମାସରେ ୧ କ୍ୱିଣ୍ଟାଲ ଚାଉଳ ଦରକାର ପଡୁଛି । ଜାନୁଆରୀ ମାସଠାରୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଚାଉଳ ପ୍ରାୟ ଶେଷହେବାରୁ ଜଣାଇଥିଲେ । ବଳକା ଚାଉଳରେ ମଧ୍ୟାହ୍ନ ଭୋଜନ ରହିଥିବାବେଳେ ବର୍ତ୍ତମାନ ଚାଉଳ ନଥିବା ହେତୁ ୮ ଦିନ ହେବ ବନ୍ଦ ଥିବା ସୂଚନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking