27.1 C
Bhubaneswar
Thursday, April 25, 2024
Homeଓଡିଶାବିହାରରେ ଫସିଛନ୍ତି ନବୋଦୟ ଛାତ୍ରଛାତ୍ରୀ : ଫେରାଇ ଆଣିବାକୁ ଅଭିଭାବକ ପ୍ରଶାସନର ଦ୍ୱାରସ୍ଥ

ବିହାରରେ ଫସିଛନ୍ତି ନବୋଦୟ ଛାତ୍ରଛାତ୍ରୀ : ଫେରାଇ ଆଣିବାକୁ ଅଭିଭାବକ ପ୍ରଶାସନର ଦ୍ୱାରସ୍ଥ

ଢେଙ୍କାନାଳ: ନବୋଦୟ ବିଦ୍ୟାଳୟରେ ପ୍ରତିବର୍ଷ ହେଉଥିବା ଏକାଡେମିକ ସେସନ୍ ଶେଷ ହୋଇଯାଇଛି । ଏହି ଏକାଡେମିକ ସେସନରେ ସରାଙ୍ଗ ନବୋଦୟ ବିଦ୍ୟାଳୟର ପିଲାମାନେ ବିହାରର ବୁପାଲ ଜବାହାର ନବୋଦୟ ବିଦ୍ୟାଳୟକୁ ଶିକ୍ଷା ବର୍ଷରେ ଥିବା କୋର୍ସ ସମାପ୍ତ ନିମନ୍ତେ ଯାଇଥିଲେ । ସେହିପରି ବୁପାଲର ନବୋଦୟ ବିଦ୍ୟାଳୟର ପିଲାମାନେ ସରାଙ୍ଗକୁ କୋର୍ସ ସମାପ୍ତ ନିମନ୍ତେ ଆସିଥିଲେ । ମାର୍ଚ୍ଚ ୧୭ ତାରିଖରୁ ତାଙ୍କର ପରୀକ୍ଷା ଶେଷ ହୋଇଥିବାବେଳେ ନବୋଦୟ ବିଦ୍ୟାଳୟ ପକ୍ଷରୁ ୨୪ ତାରିଖକୁ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ଟ୍ରେନ୍ ଟିକେଟ୍ କରା ଯାଇଥିଲା । ମାତ୍ର କରୋନା ଯୋଗୁ ଟ୍ରେନ, ବସ୍ ସେବା ବନ୍ଦ ହୋଇ ଯାଇଥିବାବେଳେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବାରେ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ନେଇ ଆଜି ସରାଙ୍ଗ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ନିଜ ପିଲାମାନଙ୍କୁ ଘରକୁ ପ୍ରତ୍ୟାବର୍ତ୍ତନ କରି ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ଏ ନେଇ ଢେଙ୍କାନାଳ ସାଂସଦଙ୍କୁ ମଧ୍ୟ ଭେଟି ତୁରନ୍ତ ପିଲାମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଭାରତ ସରକାର ୨୬୩ ଜଣ ଛାତ୍ରଙ୍କୁ ଇଟାଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଫେରାଇ ଆଣିଥିବାର ବ୍ୟବସ୍ଥା କରିଥିବା ବେଳେ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୁପାଲରୁ ଢେଙ୍କାନାଳକୁ ଓ ଢେଙ୍କାନାଳରେ ଥିବା ବୁପାଲର ଛାତ୍ରଛାତ୍ରୀଙ୍କୁ ସ୍ୱଗୃହକୁ ଫେରାଇବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅଭିଭାବକ ସମୂହ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ବେହେରା ବୁପାଲ ପ୍ରଶାସନ ସହିତ ପିଲାମାନଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସ୍ୱଗୃହକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking