33.1 C
Bhubaneswar
Thursday, April 25, 2024
Homeଓଡିଶାଲକ୍ ଡାଉନ୍ : ବସଷ୍ଟାଣ୍ଡରେ ହନ୍ତସନ୍ତ ହେଲେ ଅନ୍ତେବାସୀ

ଲକ୍ ଡାଉନ୍ : ବସଷ୍ଟାଣ୍ଡରେ ହନ୍ତସନ୍ତ ହେଲେ ଅନ୍ତେବାସୀ

ରାୟଗଡା : ମହାମାରୀ କରୋନା ପାଇଁ ଲକ ଡାଉନ ଘୋଷଣା ପରେ ସମସ୍ତ ବିଦ୍ୟାଳୟ ଗୁଡ଼ିକର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଘରକୁ ବାହୁଡ଼ୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ରହି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବାଶ୍ରମ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧା ଭୋଗିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ଘରକୁ ଯିବା ପାଇଁ ହନ୍ତସନ୍ତ ମଧ୍ୟ ହୋଇଛନ୍ତି । ମଙ୍ଗଳ ବିଭାଗ ଦୁରଦୃଷ୍ଟି ଅଭାବରୁ ଏଭଳି ଅସୁବିଧା ଭୋଗିଛନ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ରାୟଗଡ଼ା ଜିଲ୍ଲାର ୩୦୩ ଟି ହଷ୍ଟେଲରେ ୬୨ ହଜାର ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି । ପ୍ରଥମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଏହି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଲକଡାଉନ ପାଇଁ ଘରକୁ ବାହାରିଥିଲେ । ମଙ୍ଗଳ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ ପରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ ଅଭିଭାବକ ପହଂଚିବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକ କିଭଳି ଘରେ ପହଂଚିବେ ଏହାର ଚିନ୍ତା କାହାର ନଥିଲା । ଯଦ୍ୱାରା ଅନେକ ଛାତ୍ରଛାତ୍ରୀ ଘରକୁ ଫେରିବାରେ ଅନେକ ସମସ୍ୟା ଦେଖା ଦେଇଥିଲା ।
ଜିଲ୍ଲାରେ ପରିବହନ ସେବା ଠପ ହୋଇଥିବାରୁ ରାୟଗଡା ସହର ନିକଟବର୍ତୀ ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟରୁ ଅନ୍ତେବାସୀ ଏବଂ ଅଭିଭାବକ ଚାଲି ଚାଲି ଆସି ସ୍ଥାନୀୟ ନୂତନ ବସଷ୍ଟାଣ୍ଡରେ ପହଂଚିଥିଲେ । ସ୍ଥାନୀୟ ପିତମହଲ, ପେଂଟା, ଥେରୁବାଲି, ମୁକୁନ୍ଦପୁର ଓ କଲ୍ୟାଣସିଂପୁର ଆଦି ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟରୁ ଘରକୁ ଯିବା ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟରୁ ପ୍ରଧାନଶିକ୍ଷକଙ୍କ ଅନୁମତି ନେଇ ଅଭିଭାବକକଙ୍କ ସହିତ ଘରକୁ ଫେରିବା ବେଳେ କୌଣସି ବସ ଚଳାଚଳ କରୁ ନଥିବାରୁ ପାଦରେ ଚାଲି ସ୍ଥାନୀୟ ଷ୍ଟାଣ୍ଡରେ ପହଂଚିଥିଲେ । ହେଲେ ବସ ଚଳାଚଳ କରୁନଥିବାରୁ ଦୁରଦୁରାନ୍ତ ଯିବାକୁ ଥିବା ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଯାଇଥିଲେ । ଏହି ସବୁ ବିଦ୍ୟାଳୟରୁ ଆସିଥିବା ୩୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଏଠାରେ ଏକତ୍ରିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତତ୍ପର ପ୍ରକାଶ ପାଇଥିଲା । ପରବର୍ତୀ ମୁହୁହୁର୍ତରେ ବିଦ୍ୟାର୍ଥୀଙ୍କୁ ଅଟୋ ଭଡା କରି କାଶୀପୁର, ଟିକିରି, ଥେରୁବାଲି ଓ ପିତମହଲ ଆଦି ଅଚଂଳକୁ ପଠାଇଥିଲେ । ବିଭାଗର ଏଭଳି କାର୍ଯ୍ୟଶୈଳୀକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅନ୍ତେବାସୀଙ୍କ ପରିବହନ ସକାଶେ କୌଣସି ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଅଭିଭାକ ମହଲରେ ଉଦବେଗ ପ୍ରକାଶ ପାଇଛି । ତେବେ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟରୁ ମୋଟ ୨୪ହଜାର ଅନ୍ତେବାସୀ ପ୍ରଥମେ ସୁରୁଖୁରୁରେ ଘରେ ପହଚିଂଯାଇଛନ୍ତି । ବଳକା ୧୫ହଜାର ଶିକ୍ଷାର୍ଥୀ ହଷ୍ଟେଲରେ ରହଯାଇଥିଲେ । ଏମାନଙ୍କ ଅଭିଭାବକ ଆସିବା ପରେ ତାଙ୍କୁ ମଧ୍ୟ ଘରକୁ ଫେରିବା ସମୟରେ ସମସ୍ତଙ୍କୁ ପାସ ପ୍ରଦାନ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking