31.1 C
Bhubaneswar
Friday, March 29, 2024
Homeଅପରାଧବାପା ତାଗିଦ କଲେ ବୋଲି ଛାତ୍ରର ଆତ୍ମହତ୍ୟା

ବାପା ତାଗିଦ କଲେ ବୋଲି ଛାତ୍ରର ଆତ୍ମହତ୍ୟା

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଓଡ଼ିଆ ଆଲପୁର ପଞ୍ଚାୟତର ନଳୀନାକ୍ଷକପୁର ଗ୍ରାମରେ ଜଣେ ଛାତ୍ର ଆତ୍ମହତ୍ୟା କରିଛି । ପାଠ ପଢ଼ିବାକୁ ବାପା ତାଗିଦ୍ କରିବାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସେ ହେଲେ ଉମେଶ ଚନ୍ଦ୍ର ଦାଶଙ୍କ ପୁଅ କିଶାନ (୧୭) । ଉମେଶ ଜଣେ ଶିକ୍ଷକ ଥିବାବେଳେ ପୁଅ କିଶାନ ଖଲ୍ଲିକୋଟ ଆରସିଏମ୍ କଲେଜରେ ଯୁକ୍ତ ୨ରେ ପଢ଼ୁଥିଲା । ମଙ୍ଗଳବାର ସକାଳେ ପୁଅକୁ ଭଲ ଭାବେ ପାଠ ପଢ଼ିବା ପାଇଁ ତାଗିଦ୍ କରି ଉମେଶ ସ୍କୁଲକୁ ଯାଇଥିଲେ । ମା’ ଅଙ୍ଗନବାଡ଼ି କର୍ମୀ ହୋଇଥିବାରୁ ସେ ମଧ୍ୟ ଚାଲିଯାଇ ଥିଲେ । ଘରେ ଭାଇ ଭଉଣୀ ଥିବାବେଳେ କିଶାନ ନିଜ ରୁମ୍‌ରେ କବାଟ ବନ୍ଦ କରି ଗାମୁଛାରେ ଫ୍ୟାନ୍ ରେ ଝୁଲି ପଡ଼ିଥିଲେ । ଦୀର୍ଘ ସମୟ ଧରି କିଶାନ କବାଟ ନ ଖୋଲିବାରୁ ଭଉଣୀ ପଡ଼ୋଶୀଙ୍କ ସହାୟତାରେ କବାଟ ଖୋଲି ଦେଖିଲା ବେଳକୁ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବରପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ ପ୍ରଧାନ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking