24.1 C
Bhubaneswar
Friday, February 23, 2024
Homeଓଡିଶାମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଜଳିଗଲେ ଛାତ୍ରୀ

ମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଜଳିଗଲେ ଛାତ୍ରୀ

ଗଞ୍ଜାମ : ଦିଗପହଣ୍ଡି ରାଣୀ ସାହିରେ ମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଜଳିଗଲେ ଛାତ୍ରୀ । ଛାତ୍ରୀଙ୍କ ନା କଳ୍ପନା ଜେନା । ନିଜ ଦେହରେ କିରୋସିନି ଢାଳି ଲଗାଇଦେଲେ ନିଆଁ । ହେଲେ ସେ କାହିଁକି ଏପରି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପଦ୍ମନାଭପୁର ଏକ ଘରୋଇ ଶିକ୍ଷାନୁଷ୍ଠାନ ( ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର )ରେ ପଢୁଥିଲେ । ହୁତ ହୁତ ଜଳିବା ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘଟଣା ସ୍ଥଳରେ କିରୋସିନି ବ୍ୟାରେଲ ଥିବା ଜଣାପଡିଛି ।

ଛାତ୍ରୀ ଜଣକର ବାପା ମା’ ବାହାରେ ରହୁଥିବା ବେଳେ ବଡ଼ ବାପାଙ୍କ ନିକଟରେ ରହୁଥିଲେ । ତେବେ ଛାତ୍ରୀ ଜଣକ ପଦ୍ମନାଭପୁର ସ୍କୁଲ ହଷ୍ଟେଲରେ ରହୁଥିଲେ ବୋଲି ଜଣାପଡିଛି । ଆଜି ଦିନ ୧୨ଟା ପରେ ହଠାତ ଛାତ୍ରୀ ଜଣକ ଘରକୁ ଆସି ଏହି କାଣ୍ଡ ଘଟାଇଛନ୍ତି । ଘର ଭିତରେ ନିଆଁ ଜଳୁଥିବା ଦେଖି ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ । ବହୁ କଷ୍ଟରେ କବାଟ ଭାଙ୍ଗି ଘର ଭିତରୁ କଳ୍ପନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହ ଜବତ କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣା ସାରା ଗାଁରେ ସ୍ତବ୍ଧ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking