27.1 C
Bhubaneswar
Friday, March 29, 2024
Homeଓଡିଶାଫାଶୀ ଲଗାଇ ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଫାଶୀ ଲଗାଇ ଇଂଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ଜଣେ ଇଂଜିନିୟରିଂ

କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ,

ସେକ୍ଟର-୨୨(ସାରନଗରୀ) କ୍ୱାଟର ନଂ- ବି/୪୫୧ରେ ବାସ କରୁଥିବା ବି-ଟେକର ଛାତ୍ର

ଶ୍ୟାମସୁନ୍ଦର ଓରାମ(୨୪) ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘରେ ପରିବାର ଲୋକ

ରାତିରେ ଶୟନ କରିଥିବା ବେଳେ, ବିଳମ୍ବିତ ରାତ୍ରୀରେ ଶ୍ୟାମସୁନ୍ଦର ଘରେ ଥିବା ଫ୍ୟାନ

ନିକଟ ପାଇପରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରଦିନ ସକାଳେ

ପରିବାର ଲୋକେ ଶ୍ୟାମସୁନ୍ଦରଙ୍କୁ ପାଇପରେ ଝୁଲିବା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ

ଟାଙ୍ଗରପାଲୀ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି

ଶ୍ୟାମସୁନ୍ଦରଙ୍କ ଶବକୁ ଉଦ୍ଧାର କରିବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ

କରିଛି । ଶ୍ୟାମ ସୁନ୍ଦର କେଉଁ କାରଣରୁ ଆତ୍ମହତ୍ୟା କଲେ, ଏହାର ନିର୍ଦ୍ଦିଷ୍ଟ କାରଣ

ଜଣାପଡ଼ିନଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking