34.1 C
Bhubaneswar
Friday, March 29, 2024
Homeଓଡିଶାଗାଡ଼ିତଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଗାଡ଼ିତଳେ ଚାଲିଗଲା ଛାତ୍ରଙ୍କ ଜୀବନ

ଜଳେଶ୍ୱର : ମୃତ୍ୟୁ କାହା ପାଇଁ କେମିତି ଆସିବ ସେକଥା କେହି ବି ଜାଣି ନଥାଆନ୍ତି । ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନୂଆବଜାର ରେଳଫାଟକ ନିକଟରେ । ସ୍କୁଲର ବାର୍ଷିକଉତ୍ସବ କାର୍ଡ ବାଂଟିବାକୁ ଯାଉଥିବା ସମୟରେ ଗାଡ଼ିତଳେ ଚାଲିଗଲା ଛାତ୍ରଙ୍କର ଜୀବନ । ମୃତ ଛାତ୍ର ଜଣଙ୍କ ହେଲେ ସବ୍ୟସାଚୀ ବେହେରା । ତାଙ୍କ ଘର ଶିଖରପୁର ପଂଚାୟତ ରାଜନଗର ଗାଁ’ରେ ।
ସୂଚନା ଅନୁଯାୟୀ, , ଶୁକ୍ରବାର ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ସବ୍ୟସାଚୀ ବେହେରା, ସହପାଠୀ ଅକ୍ଷୟ ହାଜିରା ଓ ସୁବାସ ସାହୁ ତିନିଜଣ ମିଶି ସ୍କୁଲର ବାର୍ଷିକ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବାଣ୍ଟିବାକୁ ନୂଆବଜାର ଯାଉଥିଲେ। ଏହି ସମୟରେ ଲକ୍ଷ୍ମଣନାଥରୁ ଆସୁଥିବା ଏକ ଇଟା ବୋଝେଇ ଭୁଟୁଭୁଟି ନୂଆବଜାର ରେଳ ଫାଟକ ନିକଟରେ ଛିଡ଼ା ହୋଇଥିଲା। ଅତ୍ୟଧିକ ଲୋଡ୍ ଯୋଗୁଁ ଗାଡ଼ି ଆଗକୁ ଯାଇ ନପାରିବାରୁ ସବ୍ୟସାଚୀ ଓ ତାଙ୍କ ଦୁଇ ସହପାଠୀଙ୍କୁ ଗାଡ଼ି ଚାଳକ ସହାୟତା ମାଗି ପଛ ଚକାରେ ଇଟାଖଣ୍ଡ ରଖିବାକୁ ଅନୁରୋଧ କରିଥିଲେ। ସବ୍ୟସାଚୀ ଚକା ତଳେ ଇଟା ରଖୁଥିବାବେଳେ ହଠାତ ଗାଡ଼ିଟି ସବ୍ୟସାଚୀଙ୍କ ଉପରେ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଗାଡ଼ି ତଳୁ ଉଦ୍ଧାର କରି ଜିକେ ଭଟ୍ଟର ଡାକ୍ତରଖାନା ଏବଂ ସେଠାରୁ ବାଲେଶ୍ବର ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରୁ ଅନ୍ୟ ଦୁଇ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking