34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପ୍ରଦେଶ ଛାତ୍ର କଂଗ୍ରେସର ପ୍ରଥମ କାର୍ଯ୍ୟକାରଣୀ ବୈଠକ

ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଥମ କାର୍ଯ୍ୟକାରଣୀ ବୈଠକ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଭାପତି ସୟଦ ୟାସିର୍ ନୱାଜ୍ ଅଧ୍ୟକ୍ଷତାରେ ରାଜ୍ୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ଖଣିଜସମ୍ପଦ ଭରପୁର ରହିଥିଲାବେଳେ ରାଜନେତାମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଓଡ଼ିଶା ଆଜି ଭାରତ ବର୍ଷର ପଛୁଆ ରାଜ୍ୟ ଭାବେ ଦୁର୍ନାମ ମୁଣ୍ଡାଉଅଛି । ଜଣେ ଛାତ୍ର କଂଗ୍ରେସ କର୍ମୀର ଲକ୍ଷ୍ୟ, ବିଚାରଧାରା ଓ କାର୍ଯ୍ୟକ୍ରମ କ’ଣ ରହିବା ଦରକାର, ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଦିଗ୍‌ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀଯୁକ୍ତ ରୁଦ୍ର ରାଜୁ କହିଥିଲେ ଛାତ୍ର କଂଗ୍ରେସ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ମାଧ୍ୟମରେ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିପାରିବ ।

ଏହି କାର୍ଯ୍ୟକାରିଣୀରେ ରାଜନୈତିକ ପସ୍ତାବ ମଧ୍ୟରେ କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନ । କରୋନା ମୁକାବିଲାକୁ ନେଇ ଦୁର୍ନୀତି କରିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଲୋକ ଲୋଚନକୁ ଆସିଛି । ମହଙ୍ଗାମାଡ଼ ଓ ବେକାରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଂଶଗ୍ରହଣ କରି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା କହିଥିଲେ ଯେ ନବଗଠିତ ଛାତ୍ରକଂଗ୍ରେସର କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ନବୀନ ଓ ମୋଦି ସରକାରର ଭ୍ରଷ୍ଟାଚାର, ଦୁର୍ନୀତି, ଅପାରଗତା ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ । ଉଭୟ ମୋଦି ଓ ନବୀନ ସରକାରର କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିବା ଅତ୍ୟନ୍ତ କ୍ଷଭୋର ବିଷୟ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ୍ କହିଥିଲେ ଯେ, ବେସରକାରୀ ସ୍କୁଲ୍‌ର ମାଲିକ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଉପେକ୍ଷିତ । ମାନ୍ୟବର ନ୍ୟାୟାଳୟଙ୍କର ଆଦେଶକୁ ପାଳନ କରିବାରେ ସରକାରଙ୍କର ଆଗ୍ରହ ନାହିଁ ଏବଂ ନ୍ୟାୟାଳୟଙ୍କ ଆଦେଶକୁ ଶିକ୍ଷା ବ୍ୟବସାୟୀମାନେ ବେଖାତିର କରୁଛନ୍ତି । କରୋନା ମହାମାରୀରେ ଦୁଃସ୍ଥ ହୋଇ ପଡ଼ିଥିବା ଅଭିଭାବକଙ୍କ ରକ୍ତ ଶୋଷଣ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ମାଗଣା ମୋବାଇଲ୍ ଓ ନେଟ୍ ସୁବିଧା ଦେବା ସହ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଠିକା ବ୍ୟବସ୍ଥା କରିବା ପାଇଁ ଶ୍ରୀ ନୱାଜ ଦାବି ରଖିଛନ୍ତି । ଉତ୍କଟ ମହଙ୍ଗାମାଡ଼, ବେକାରୀ ସମସ୍ୟା, ଦାରିଦ୍ର‌୍ୟ ପ୍ରସଙ୍ଗରେ ସରକାରଙ୍କ ମୁଖା ଖୋଲି ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକର ପ୍ରାରମ୍ଭରେ ପରଲୋକ ଗମନ କରିଥିବା କଂଗ୍ରେସ ନେତା ଛାତ୍ରକଂଗ୍ରେସ ଓ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ୱଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନିଲ୍ ମାଟିଆ, ପ୍ରିତମ୍ ପରିଜା, ନିରଞ୍ଜନ ଦାସ, ଲିନୁ ବିଶ୍ୱାଳ, ଆଦିତ୍ୟ ପ୍ରିତମ୍ ଦାସ, ସାଗର ପଟ୍ଟନାୟକ, ବିଭୂପ୍ରସାଦ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅହମ୍ମଦ ଗୁଲ୍‌ଫାମ୍‌, ରଞ୍ଜିତ୍ ସେନାପତି, ଦୀପକ ମହାନ୍ତି, ଅଜିତ୍ ବାରିକ, ଅଭିରାମ ଗୌଡ଼, ନିତେଶ ରଞ୍ଜନ ବେହେରା, ମହମ୍ମଦ ସାମୁଏଲ୍‌, ସୌରଭ ପଟ୍ଟନାୟକ, ରିନୀ ନାୟକ, ଲିପିକା ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking