40.1 C
Bhubaneswar
Thursday, April 25, 2024
Homeଓଡିଶାଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର : ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି। ଏହାକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ବର୍ଗର ଲୋକେ ନାହିଁ ନ ଥିବା ଅଶୁବିଧା ର ସମ୍ମୁଖୀନ ହେଉଛନ୍ତି। । ବିଶେଷତଃ ଆର୍ଥିକ ସ୍ତରରେ ମଧ୍ୟମ ଓ ନିଚ ବର୍ଗଙ୍କ ଜୀବନ ଯାପନ ଦୁର୍ବିସହ ହୋଇ ପଡିଛି ।

ସରକାରଙ୍କ ଏଭଳି ଜନ ବିରୋଧୀ, ଗରିବ ମାରଣ ନୀତି ର ତୀବ୍ର ବିରୋଧ କରାଯାଇ ରବିବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତେଇ ଦିଆ ଯାଇଛି ଯେ ଯଥା ଶୀଘ୍ର ଯଦି ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରୁ ତାଙ୍କ ଟିକସ ହ୍ରାସ ନ କରିବେ ତାହେଲେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବ।

ଏହି ବିକ୍ଷୋଭ ରେ ବଲାଙ୍ଗୀର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ,ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ମନୀଷ ମିଶ୍ର,ସନ୍ତକ ବୋହିଦାର,ଜିଲ୍ଲା ସେବାଦଲ ମୁଖ୍ୟ ଅସିତ ମିଶ୍ର,ଜିଲ୍ଲା କଂଗ୍ରେସ କମିଟି କୋସାଧକ୍ଷ ଜୁଲୁ ପଟ୍ଟନାୟକ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର,ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ମୁଖ୍ୟ ଅଜୟ ବାଲି, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ସଞ୍ଜୟ ମିଶ୍ର,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ଉପ-ସଭାପତି ନିରଞ୍ଜନ ମିଶ୍ର,ଟୁଲୁ ସେନ,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ମୁଖପାତ୍ର ନୀତିଶ ପଧାନ,ଜିଲ୍ଲା ଛାତ୍ର କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ମୁଖ୍ୟ ସୁଜିତ କୁମ୍ଭାର,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ ସାହୁ,ଉପ-ସଭାପତି ଅଞ୍ଚଳ ପଣ୍ଡା,ଛାତ୍ର ନେତା ଅଭିନାଶ ବେହେରା,ଶଙ୍କର ବିଶି,ସରୋଜ ସାହୁ, ଅଂଶୁମାନ ମିଶ୍ର,ଗୌରଭ ଶର୍ମା,ଓଁମ ନାୟକ,ନିଖିଳ ସୁନା,ନିକୁ କୁମ୍ଭାର,ନରେନ୍ଦ୍ର ବେହେରା,ଲୋପନ ମିଶ୍ର,ନାସିର ଖାନ, ଆଶ୍ୱିନ ରାଉତ,ଅଭିନାଶ ବେହେରା,ମଧୁ ନାଗ, କିରଣ ସେଠ,ଜୟନାରାୟନ ବୋହିଦାର,ସୁମନ୍ତ ବିଭାର,ପ୍ରଦୋଷ ପାଣିଗ୍ରାହୀ,ଆଲୋକ ଜେମ୍ସ,ଜିତୁ ମାନହୀରା,ମୌସମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking