40.1 C
Bhubaneswar
Thursday, April 25, 2024
HomeUncategorizedଫାଇନାଲଇୟର ପରୀକ୍ଷା ବାତିଲ ପାଇଁ ଛାତ୍ର କଂଗ୍ରେସର ଦାବି କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ

ଫାଇନାଲଇୟର ପରୀକ୍ଷା ବାତିଲ ପାଇଁ ଛାତ୍ର କଂଗ୍ରେସର ଦାବି କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ
ଅଖିଳ ଭାରତ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ରୋସନଲାଲ
ବିଟୁ ଏବଂ ଛାତ୍ରକଂଗ୍ରେସ ନେତା ୟାସିର ନୱାଜଙ୍କ ନେତୃତ୍ୱରେ ୟୁଜିସି ଏବଂ ଏଚ୍‌ଆରଡି ମିନିଷ୍ଟ୍ରି
ଦ୍ୱାରା ପ୍ରସ୍ତୁତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ମାଧ୍ୟମରେ ଶେଷ ବର୍ଷ ଛାତ୍ରମାନଙ୍କର ପରୀକ୍ଷା
କରିବାପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହାକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ
ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ଶ୍ରୀ ବିଟୁ କହିଲେ ଯେ ଏବେ ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ଏବଂ
ମାନସିକ ଅବସ୍ଥା ଶୋଚନୀୟ ସେମାନେ ପରୀକ୍ଷା ଦେବାକୁ ଅସମର୍ଥ । ଛାତ୍ର ବା ଛାତ୍ରୀଟିଏ
ଏବେ ଘରଭଡ଼ା ଦେଇ ରହିବାପାଇଁ ମଧ୍ୟ ଅକ୍ଷମ । ଅନ୍ୟପକ୍ଷରେ କରୋନା ମହାମାରୀ ଗୋଷ୍ଠି
ସଂକ୍ରମଣର ରୂପନେବା ସଂଗେ ସଂଗେ ଏହା ବାୟୁବାହିତ ବୋଲି ଡବ୍ଲୁ.ଏଚ.ଓ କହିଲାଣି ।
ଏଭଳି ଭୟାନକ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେବେ ତାହା କେନ୍ଦ୍ର ସରକାର
ଚିନ୍ତା କରିବା କଥା । ଯାହା ପରିସ୍ଥିତି ହୋଇଛି ପରୀକ୍ଷାଦେଲେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ କରୋନା
ରୋଗରେ ଆକ୍ରାନ୍ତ ହେବେ । କରୋନା ମହାମାରୀରେ ଛାତ୍ରଛାତ୍ରୀମାନେ ସବୁଠୁ ଅଧିକ
ପ୍ରଭାବିତ ହୋଇଥିବା ବେଳେ ମୋଦି ସରକାର ଏଥିପ୍ରତି ଆଦୌ ସମ୍ବେଦନଶୀଳ ନାହାନ୍ତି । ଏଣୁ
ଛାତ୍ରଛାତ୍ରୀଙ୍କର ଜୀବନ ସହ ଖେଳନଖେଳି ମୋଦି ସରକାର ଏହି ପରୀକ୍ଷାକୁ ବାତିଲ୍ କରିବା
ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ଶ୍ରୀ ବିଟୁ ପ୍ରଶ୍ନ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଜୀବନ
ଆଗ ନା ପରୀକ୍ଷା ଆଗ । ଏଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତୀର୍ଣ୍ଣ କରାଇ ପରିସ୍ଥିତିର ସମାଧାନ
କରିବାପାଇଁ ଶ୍ରୀ ବିଟୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ତାରାପ୍ରସାଦ କର, ମହମ୍ମଦ ଗୁଲଫାମ,
ବାଦଲ ମହାନ୍ତି, କାର୍ତିକେଶ୍ୱର, ରଞ୍ଜିତ ସେନାପତି, ଆରୟନ ସାସମଲ, ନୁସୁରତ, ଅଭିଜିତ
ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking