28.9 C
Bhubaneswar
Wednesday, April 17, 2024
Homeଓଡିଶାପିମ୍ପୁଡ଼ିଆ ସ୍କୁଲ ରେ ଛାତ୍ରୀ ଅଚେତ 

ପିମ୍ପୁଡ଼ିଆ ସ୍କୁଲ ରେ ଛାତ୍ରୀ ଅଚେତ 

ଯାଜପୁର:  ଜିଲ୍ଲାର ସୁକିନ୍ଦା ବ୍ଲକର – ପିମ୍ପୁଡିଆ ସ୍ଥିତ ପତିତପାବନ ହାଇସ୍କୁଲରେ ଜୈନିକ ଛାତ୍ରୀ କ୍ଲାସ ରେ ପାଠ ପଢୁ ଥିବା ସମୟ ରେ ଅଚେତ ହୋଇ ଯାଇ ଥିଲା lସଂଗେ ସଂଗେ ସୁକିନ୍ଦା ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇ ଥିଲା l ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମାନଙ୍କ ପାଇଁ ସ୍କୁଲ ଖୋଲା ଯାଇଛି l ସରକାର ଙ୍କ ନିୟମ ଅନୁଯାଇ ସୁକିନ୍ଦା ବ୍ଲକ ର ପିମ୍ପୁଡିଆ ଗ୍ରାମରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶେଣୀ ରେ ପାଠ ପଢା ଆରମ୍ଭ ହୋଇଛି l ଆଜି ୨୮ ଜଣ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଆସି

ଥିଲେ l ଶିକ୍ଷକ ପଠା ପଢା ଆରମ୍ଭରୁ ପିମ୍ପୁଡିଆ ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ପ୍ରୀତି ମହାନ୍ତ, ହଟାତ ଅଚେତ ହୋଇ ସ୍କୁଲ ଗୃହ ପରିସରରେ ପଡି ଯାଇ ଥିଲେ l ବିଦ୍ୟାଳୟର ଶିକ୍ଷକ ମାନେ ସରକାରୀ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ 108 ଆମ୍ବୁଲାନ୍ସର କର୍ମଚାରୀ ମାନେ ପିମ୍ପୁଡିଆ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିଲେ l ଛାତ୍ରୀ ଙ୍କ ଦେହ ରେ ଅକ୍ସିଜେନ ଲାଗି ଥିଲା l ଏବେ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking