32.1 C
Bhubaneswar
Thursday, March 28, 2024
Homeଏକ୍ସକ୍ଲୁସିଭ୍କର୍ମଜୀବୀ ମହିଳା ଓ ଛାତ୍ରୀମାନେ ହେବେ ଏସପିଓ

କର୍ମଜୀବୀ ମହିଳା ଓ ଛାତ୍ରୀମାନେ ହେବେ ଏସପିଓ

ଭୁବନେଶ୍ୱର: କର୍ମଜୀବୀ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ କମିସନରେଟ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ପୋଲିସ କମିସନରେଟ କର୍ମଜୀବୀ ମହିଳା ଓ ଛାତ୍ରୀ ମାନଙ୍କୁ ଏସପିଓ ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର କରାଯାଇଛି । ଏହି ଏସପିଓମାନଙ୍କୁ ଦରମା ମିଳିବ ନାହିଁ, କିନ୍ତୁ ପୁଲିସର କ୍ଷମତା ସେମାନଙ୍କୁ ପ୍ରଦାନ କରାଯିବ । ମହିଳାମାନଙ୍କ ସୁରକ୍ଷା ନେଇ ସେମାନେ କାମ କରିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ । ଆସନ୍ତା ୨ ତାରିଖରୁ ଏଭଳି ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି କମିସନରେଟ ପୁଲସ । ଏ ସମ୍ପର୍କରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ପ୍ରତି କମିସନରେଟ ପୁଲିସ ସର୍ବଦା ପ୍ରସ୍ତୁତ ରହିଛି । ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ୪୧ଟି ସଂସ୍ଥାକୁ ଚିଠି କରାଯାଇ ଥିଲା । ଏହି ସଂସ୍ଥାଗୁଡିକ ନିଜ ସଂସ୍ଥାରେ କାମ କରୁଥିବା କର୍ମଜୀବୀ ମହିଳାମାନଙ୍କ ନାମ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି । ଯେଉଁମାନେ ସ୍କ୍ବାଉଟ ଓ ଏନସିସି ନେଇଥିବେ ସେମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଇଛି । ଏସପିଓମାନଙ୍କୁ ଆଇନଜ୍ଞାନ ପ୍ରଦାନ କରାଯିବା ସହିତ ସେଲଫ ଡିଫେନ୍ସ ତାଲିମ ଦିଆଯିବ । ଏହି ଏସପିଓମାନେ ସେମାନଙ୍କ କାର‌୍ୟ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ମହିଳା ସୁରକ୍ଷା ନେଇ କାମ କରିବେ । ଏହା ବ୍ୟତୀତ ‘ଡାଏଲ-୧୦୦’ କାର‌୍ୟ୍ୟକ୍ରମକୁ ମଧ୍ୟ ସୁଦୃଢ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking