40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି : ଛାତ୍ରଛାତ୍ରୀ,ଅଭିଭାବକଙ୍କ ଧାରଣା

ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବି : ଛାତ୍ରଛାତ୍ରୀ,ଅଭିଭାବକଙ୍କ ଧାରଣା

ବାଲେଶ୍ୱର : ବାଲେଶ୍ୱର ସହର ମଧ୍ୟରେ ଥିବା ପୁଲିସ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି । ସେହିପରି ବିିଭିନ୍ନ ସମସ୍ୟା ମଧ୍ୟ ଦେଇ ବିଦ୍ୟାଳୟ ଚାଲିଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗୁରୁବାର ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ଆନ୍ଦୋନଳ କରିଥିଲେ । ବିଦ୍ୟାଳୟ ଗେଟରେ ତାଲା ପକାଇବା ସହ ଧାରଣା ଦେଇଥିଲେ ।
ସୂଚନା ଅନୁଯାୟୀ, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୪୪ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । କିନ୍ତୁ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି । ସେହିପରି ଶିକ୍ଷାଦାନ ଓ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭାବେ ବିଗିଡ଼ି ଯାଇଛି । ଏପରିକି ବିଦ୍ୟାଳୟରେ ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବାବେଳେ ସେମାନେ ନିଜ ଦାୟିତ୍ୱରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ବିଦ୍ୟାଳୟରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ବିଦ୍ୟାଳୟରେ ଶୌଚାଳୟ ମଧ୍ୟ ନାହିଁ । କମିଟି ପକ୍ଷରୁ ଏହି ସବୁ ସମସ୍ୟା ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ସମସ୍ୟା ସମାଧାନ ନହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ପରିଚାଳନା କମିଟିର ସଭାପତି ଶଙ୍କର୍ଷଣ ମହାନ୍ତି, ସୁଶୀଳାମଣି ରାଉତ, ପଦ୍ମଲୋଚନ ପ୍ରଧାନ, ସିପ୍ରା ଜ୍ୟୋତି ଜେନା, ସଞ୍ଜୁରାଣୀ ଗିରି ଚିତରଞ୍ଜନ ପାଢ଼ୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking