30.1 C
Bhubaneswar
Wednesday, April 24, 2024
Homeଓଡିଶାଏମପିସି ଅଟୋନମସ କଲେଜ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଏମପିସି ଅଟୋନମସ କଲେଜ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ : ଏମପିସି ଅଟୋନମସ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ମାରିସା ସଙ୍ଗଠନର ଛାତ୍ରଛାତ୍ରୀ। ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସମାଧାନ କରିବା ଦିଗରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିରବତା ଅବଲମ୍ବନ କରାଯାଇ ଆସୁଥିବାରୁ ଏଥିରେ ଅତିଷ୍ଠ ହୋଇ ଶେଷରେ ବାଧ୍ୟହୋଇ ତାଲାବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଦେଖାଦେଇଛି ଛାତ୍ର ଉତ୍ତେଜନା ।
ଉନ୍ନତମାନର ଶିକ୍ଷା ଯୋଗାଇବା ପାଇଁ ଏକଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୟଂଶାସିତ ହେବାର ସ୍ବିକୃତୀ ଦିଆଯାଇଥିଲା। ହେଲେ ଅଦ୍ୟାବଧି କଲେଜରେ ମୋଟ ୯୬ ଟି ପଦବୀରୁ ୬୧ ଟି ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ପାଠ ପଢାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି ଛାତ୍ରଛାତ୍ରୀ। ଏହାବ୍ୟତୀତ ପରୀକ୍ଷା ପରେ ରେଜଲ୍ଟ ବାହାରିବାରେ ଅହେତୁକ ବିଳମ୍ବ ହେବା ଭଳି ସମାସ୍ୟାରେ ଛନ୍ଦି ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ତେବେ ଏହାର ପ୍ରତିବାଦରେ ଆଦିବାସୀ ଛାତ୍ର ସଙ୍ଗଠନ ମାରିସାର ସମର୍ଥକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମୁଖ୍ୟ ପ୍ରବେଶଦ୍ୱାରରେ ତାଲା ପକାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରିଥିଲେ।ତେବେ ମହାବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଖାଲିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଥିବାର ସୂଚନା ମିଳୁଛି ବୋଲି କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking