ଦୀପାବଳି ପାଇଁ ପ୍ରବଳ ଭିଡ

ଭବାନୀପାଟଣା: ଆଲୋକର ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବାକୁ ବ୍ୟାନ କରିଥିବାରୁ ଭବାନୀପାଟଣା ସହର ର ରାସ୍ତା ଘାଟରେ ଫୁଲ, କଦଳୀ ଗଛ ଓ ମାଟି ଦୀପ କିଣିବାକୁ ପ୍ରଚୁର ଗହଳି ଲଗାଇଥିଲେ । ବୁଲା ଗାଈଗୋରୁ ଓ କୁକୁର ଙ୍କ ପ୍ରାଦୁର୍ଭାବ ସହ ଲୋକଙ୍କ ଦୀପାବଳି ବଜାର ପାଇଁ ସହର ରେ ଆଜି ପ୍ରଚୁର ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି ଶନିବାର ସାପ୍ତାହିକ ବଜାର ଥିବାରୁ ଭିଡ଼ କମାଇବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଅନ୍ୟପଟେ ବେଆଇନ ବାଣ ବିକ୍ରି ଅଭିଯୋଗରେ ଟାଉନ ଥାନା ପୁଲିସ ପ୍ରଦେଶୀପଡ଼।ରୁ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ବାଣ ଜବତ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here