33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶ୍ରମିକଙ୍କ ବିକ୍ଷୋଭ

ଶ୍ରମିକଙ୍କ ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲା କଲିଆପାଣି ସ୍ଥିତ ଇମ୍ପା ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ଖଣି କର୍ତ୍ତୃପକ୍ଷ କାମ ଦେଉନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଲୋଡିଂ ଶ୍ରମିକ। ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ରହିଛନ୍ତି। କରୋନା ନିୟମକୁ ମାନି କ୍ରୋମ ପରିବହନ ପାଇଁ ଲୋଡିଂରେ ସେମାନଙ୍କୁ ସାମିଲ୍ କରିବାକୁ ଶ୍ରମିକ ମାନେ ଦାବି କରିଛନ୍ତି। ସୂଚନା ମୁତାବକ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ ସରକାରଙ୍କ ନିୟମ ପାଳନ କରି ଖଣିରେ ୩୦ ପ୍ରତିଶତ ଲୋକ କାମ କରୁଛନ୍ତି । ପୂର୍ବରୁ ଲୋଡି କାମ ଲେବର ମାନେ କରୁଥିବା ବେଳେ ବର୍ତ୍ତମାନ ଏହା ମେସିନ୍ ସାହାର୍ଯ୍ୟରେ କରାଯାଉଛି। ଫଳରେ ଶ୍ରମିକ ମାନେ ଜୀବିକା ହରାଇଛନ୍ତି। ୫ ମାସରୁ ଊର୍ଦ୍ଧ୍ବ ସମୟ ଧରି କାମ ବନ୍ଦ ଥିବାରୁ ସେମାନଙ୍କ ରୋଜଗାର ଠପ୍ ହୋଇଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ତେଣୁ ବାଧ୍ୟ ହୋଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେପଟେ ଶ୍ରମିକଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking