26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ

ବଲାଙ୍ଗିର : ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ଛକ ଠାରୁ ବିକ୍ରମ ଛକ ପର୍ଯ୍ୟନ୍ତ ବସୁଥିବା ଉଠା ପନିପରିବା ଦୋକାନୀଙ୍କୁ ପ୍ରଶାସନ ତରଫରୁ ଉଠାଯାଇ ସ୍ଥାନୀୟ କଳାମଣ୍ଡଳ ପଡିଆରେ ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଉଭୟେ ପନିପରିବା ଦୋକାନୀ ଓ ଗ୍ରାହକ ସାମାଜିକ ଦୁରତ୍ୱ ପାଳନ କରିବା ସହ ନିଜ ନିଜ ଆବଶ୍ୟକତା ପୂରଣ କରିପାରିବେ । ତେବେ ଏହାର ବିରୋଧରେ ଆଜି ଉକ୍ତ ପନିପରିବା ଦୋକାନୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ବିଗତ ୬ ମାସ ହେଲା ଲକ୍ ଡାଉନର ଶିକାର ହୋଇ ସେମାନେ ନିଜରଆର୍ଥିକ ‌ସ୍ଥିତି ସଂପୁର୍ଣ୍ଣ ଭାବେ ହରାଇ ବସିଥିବା ବେଳେ ଅନଲକ ପରେ ମଧ୍ୟ ବାରମ୍ବାର ତାଙ୍କୁ ନିଜ ସ୍ଥାନରୁ ହଟାଇବା ଫଳରେ ତାଙ୍କର ବ୍ୟବସାୟ ବିଶେଷ ରୂପେ ବାଧା ପ୍ରାପ୍ତ ହେଉଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ତାଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ଥାୟୀ ଜାଗାର ବ୍ୟବସ୍ଥା କଲେ ସେମାନେ ନିଜର ଜୀବାକା ଉପାର୍ଜନ କରିବା ସହ କରୋନା ନୀତି ନିୟମ ମାନିବା ସହ ପ୍ରଶାସନକୁ କରୋନା ମୁକାବିଲାରେ ମଧ୍ୟ ସହାୟକ ହୋଇ ପାରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking