ପରିବହନ ଠିକାଦାର ମନମୁଖୀ ଭଡ଼ା ପ୍ରଦାନ ପ୍ରତିବାଦରେ ଟ୍ରକ ମାଲିକ ସଂଘ ପକ୍ଷରୁ ଡି ଡି ଏମ ଙ୍କ କାର୍ଯାଳୟ ସମ୍ମୁଖରେ ଧାରଣା

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ରେ ପରିବହନ କରୁଥିବା ଠିକାଦାରା ମାନେମନମୁଖୀ ପାତର ଅନ୍ତର ଭାବରେ ଟ୍ରକ ମାଲିକ ମାନଂକୁ ଭଡ଼ା ପ୍ରଦାନ କୁ ପ୍ରତି ବାଦ କରି ଯାଜପୁର ରୋଡ ଓ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ଶୁକ୍ରବାର ଯାଜପୁର ରୋଡ ଖଣି ଉପ ନିର୍ଦେଶକ (ଡି ଡି ଏମ )ଙ୍କ କାର୍ଯ୍ୟାଳୟ ରେ ଧାରଣା ଦିଆଯାଇ ଥିଲା l ସରକାର ପରିବହନ ଟ୍ରକ ଙ୍କ ପାଇଁ ଧାର୍ଯ୍ୟ କରି ଥିବା ମୂଲ୍ୟ ପ୍ରଦାନ, ପତର ଅନ୍ତର ନ କରି ସମାନ ଭଡ଼ା ପ୍ରଦାନ, 2017ମସିହା ରେ ପରି ବହନ ଭଡ଼ାପାଇଁ ଧାର୍ଯ୍ୟ କରାଯାଇଥିବା  ମୂଲ୍ୟ ବୃଦ୍ଧି ପ୍ରଭୁତି ଦାବି ନେଇ ଧାରଣl ଦିଆ ଯାଇ ଥିଲା l ଓ ଦାବି ପତ୍ର ଡି ଡି ଏମ କୁ ଦିଆଯାଇଥିଲାl ଡି ଡି ଏମ 2ଟ୍ରକ ମାଲିକ ସଂଘ ସହ ଆଲୋଚନା କରି ଥିଲେ ଦାବୀ ଗୁଡିକ ପ୍ରଶାସନିକ ସ୍ତର ରେ ଜିଲ୍ଲା ରେ ଥିବା ଟ୍ରକ ମାଲିକ ସଂଘ, ଓ ପରିବହନ ଠିକା ଦାରା ସହ ଆଲୋଚନା କରାଯାଇ ସିଦ୍ଧାନ୍ତ ନିଷ୍ପତି ନିଆଯିବ l ସୂଚନା ଯୋଗ୍ୟ ଯେ 2017ମସିହା ରେ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ କୁ ପରିବର୍ତନ କରାଯାଇ ବର୍ତ୍ତମାନ ବଜାର ଦର ଦାମ ଅନୁସାରେ ପରିବହନ ଭଡା ବୃଦ୍ଧି କରାଯାଉ, ସରକାର ଓ ଜଲ୍ଲା ପ୍ରଶାସନ ଙ୍କଭଡ଼ା ଧାର୍ଯ୍ୟ ଅନୁଯାଇ ପରିବହନ ଠିକା ଦାର ମାନେ ପତର ଅନ୍ତରପାତର ନକରି ସମାନ ଭଡ଼ା ମାଲିକ ମାନଂକୁ ପ୍ରଦାନ କରା ଯାଉ ବୋଲି ପ୍ରବିତ୍ର ମହାନ୍ତି ଓଏନ କୁ କହି ଛନ୍ତି ଯାଜପୁର ରୋଡ ଟ୍ରକ ମାଲିକ ସଂଘ ସଭାପତି କିଶୋର ରାଉତ ସାଧାରଣ ସମ୍ପାଦକ ବ୍ରଜ କିଶୋର ରାଉତ ପ୍ରଦ୍ୟୁମ୍ନ ବୋଇତାଇ ପବିତ୍ର ମହାନ୍ତି ଓ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସଭାପତି ସନ୍ତୋଷ କୁମାର ରାଉତ, ଚନ୍ଦନ କୁମାର ନାୟକ ପୁଷ୍ପ ରାଜ ନାୟକ ପ୍ରମୁଖ ଡି ଡି ଏମ ଙ୍କ ସହ ଆଲୋଚନା କରି ଥିଲେ ପରେ ଡି ଡି ଏମ ଙ୍କ ପ୍ରତିଶୃତି ଅନୁସାରେ ଧାରଣା ପ୍ରତ୍ୟାହୁତ ହୋଇଥିଲା l

LEAVE A REPLY

Please enter your comment!
Please enter your name here