28.1 C
Bhubaneswar
Thursday, March 28, 2024
Homeଓଡିଶାସିଡିପିଓଙ୍କ ବିରୁଦ୍ଧରେ ଧାରଣା ଓ ୧୪ ଦଫା ଦାବିପତ୍ର ପ୍ରଦାନ

ସିଡିପିଓଙ୍କ ବିରୁଦ୍ଧରେ ଧାରଣା ଓ ୧୪ ଦଫା ଦାବିପତ୍ର ପ୍ରଦାନ

ବଲାଙ୍ଗିର,- ବଲାଙ୍ଗିର ସଦର ବ୍ଲକର ଆଙ୍ଗନବାଡି କର୍ମି ଓ ସହାୟିକା ମାନେ ଆଜି ଏକ ର‌୍ୟାଲି ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୧୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ରସ୍ତୁଲା ବାଗ ଓ ଦେବକି ପତ୍ତନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣା ଓ ର‌୍ୟାଲିରେ ଆଙ୍ଗନବାଡି କର୍ମି ମାନେ ବଲାଙ୍ଗିର ସିଡିପିଓ ତଥା ସଦର ବ୍ଲକରେ ଉପସ୍ଥାପିତ ସମସ୍ତ ମୁଖ୍ୟ ସେବିକାଙ୍କ ଦୌରାତ୍ମ୍ୟ ଓ ଅସମ୍ବିଧାନିକ ବ୍ୟବହାର ବିରୁଦ୍ଧରେ ନାରା ଦେବା ସହିତ ଏମାନଙ୍କ ତୁରନ୍ତ ବଦଳି ପାଇଁ ଦାବି କରିଥିଲେ । ସଂଘ ତରଫରୁ ଉକ୍ତ ଦାବିଗୁଡିକୁ ଜିଲ୍ଲାପାଳ ଓ ବିଭାଗିୟ ମନ୍ତ୍ରୀଙ୍କୁ ଦୁଇ ମାସ ପୁର୍ବରୁ ଲେଖି ଜାଣାଇଥିଲେ ମଧ୍ୟ ଜିଲ୍ଲା ପ୍ରସାଶନ ଏମାନଙ୍କୁ ଘଣ୍ଟ ଘୋଡାଇ ରଖୀଥିବାରୁ ତାଙ୍କର ଦୌରାତ୍ମ୍ୟ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ତେଣୁ ଶେଷରେ ସଂଘ ଆନ୍ଦୋଳନର ପାନ୍ଥା ଗ୍ରଷଣ କରି ରାଜ ରାସ୍ତାକୁ ଓହ୍ଲାଇବାରେ ବାଧ୍ୟ ହୋଇଛି ବୋଲି ସଂଘର ସାଧାରଣ ସଂପାଦକ ଗୌରି ସଢଙ୍ଗି ସୁଚନା ଦେଇଛନ୍ତି । ଯଦି ସଂଘର ନ୍ୟାର୍ଯ୍ୟ ଦାବ ଗୁଡିକୁ ପୁଣି ଅଣଦେଖା କରାଯାଏ ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବା ନେଇ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ।
ସେହିପରି ସଦରବ୍ଲକର ଆଇସିଡିଏସ ବିଭାଗର ବଦଳି ହୋଇଥିବା କନିଷ୍ଠ କିରାଣଙ୍କୁୀ ତୁରନ୍ତ ଭାରମୁକ୍ତ କରାଯିବା, ପ୍ରତିଶୋଧ ପରାୟଣ ସିଡିପିଓ ଙ୍କ କାର୍ଯ୍ୟାକଳାପର ନିରାକରଣ ତଥା ସମସ୍ତ କର୍ମିଙ୍କୁ ନିୟମିତ ଦରମା ପ୍ରଦାନ କରଯିବା, ନିଜସ୍ୱ ଗୃହ ନଥିବା କେନ୍ଦ୍ର ଗୁଡିକୁ ଘରଭଡା ଦିଆଯିବା, ଆର୍ଥିକ ବର୍ଷ ୨୦୦୯-୧୦-୧୧ର ଗଚ୍ଛିତ ବକାୟା ପନିପରିବା ଖର୍ଚ୍ଚ ତୁରନ୍ତ ପ୍ରଦାନ,୨୦୦୫-୦୬ ମସୁହାରୁ ଖାଦ୍ୟ ସାମଗ୍ରି ର ପରିବହନ ଖର୍ଚ୍ଚ ର ତଦନ୍ତ କରା୍‌ଯାଇ ଉଚିତ ଲୋକକୁ ଏହାର ପାଉଣର୍ପ୍‌ଦାନ କରିବା,କର୍ମିଙ୍କ ଗରମ ରନ୍ଧା ଖାଦ୍ୟ ପାଇଁ ।ଗ୍ରିମ ଅନୁଦାନ ନିୟମିତ ଭାବେ ପ୍ରଦାନ କରିବା, ଗରମ ରନ୍ଧା ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ଖର୍ଚ ପାଇଁ ପାସବୁକ ଅଦିକାରିଙ୍କ ଉପରେ ପୁନଃ ବିଚାର କରାଯିବା, ସାର୍ବଜନିକ ଖାତା ବାହାରେ ସରକାରି ଟଙ୍କା ନିୟମର କଡାକଡି ପାଳନ କରାଯିବା ,ଅନୁଦାନ ରାଶି ର ଦୁଃଉପଯୋଗ ସମ୍ପୁର୍ଣଦ୍ନ୍ କରାଯିବା, ଆଙ୍ଗନବାଡି କର୍ମିଙ୍କୁ ସରକାରୀ ନିର୍ଦ୍ଦେଶାବଳୀ ପ୍ରଦାନ କରାଯିବା ଇତ୍ୟାଦି ଦାବି ଗୁଡିକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରଯିବା ସହ ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାସନ ଏହି ଦାବି ଗୁଡିକ ଉପରେ ଯଥା ଶିଘ୍ର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଂଘ ତରଫରୁ ଦାବି କରାଯାଇଛି । ତେବେ, ଉପରୋକ୍ତ ଅଭୀଯୋଗ ଗୁଡିକ ଉପରେ ଅଧୀକାରୀମାନଙ୍କ ମତାମତ ଏପର୍ଯ୍ୟନ୍ତ ମିଳି ପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking