29.1 C
Bhubaneswar
Thursday, April 25, 2024
Homeଓଡିଶାନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ଆନ୍ଦୋଳନକୁ ଆହ୍ଲାଇଲା ନବନିର୍ମାଣ କୃଷକ ସଙ୍ଗଠନ। ଆଜି ବାରିପଦା ମଧୁବନ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀମାନେ ସାମିଲ ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ଓ କୃଷିର ବିକାଶ ପାଇଁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ନିର୍ବାଚନର ୬ମାସ ପରେ ମଧ୍ୟ କାଳିଆ ଯୋଜନାରେ ଶତକଡା ୪୦ଭାଗ ଚାଷୀ ସହାୟତା ପାଇପାରିଛନ୍ତି। ଅନ୍ୟପଟେ ଏହି ଯୋଜନାରେ ପୂର୍ବ ଘୋଷଣା ଅନୁଯାୟୀ ସହାୟତା ଅର୍ଥରେ ହ୍ରାସ କରାଯାଇଛି। ସେହିପରି କେନ୍ଦ୍ର ହେଉକି ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଉଥିବା ବେଳେ କୃଷକ ମାନଙ୍କ ପ୍ରତି କାହାର ନଜର ନାହିଁ। ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଚାଷୀ ଅସହାୟ ଭାବେ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଭଳି ଘଟଣା ବାରମ୍ବାର ଘଟୁଥିଲେ ବି କୃଷକକୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବା ବଦଳରେ ସମବେଦନା ଜଣାଇ ଦାୟିତ୍ବ ଶେଷ କରୁଛି ସରକାର। ମାତ୍ର ଦେଶକୁ ଆହାର ଯୋଗାଇ ଆସୁଥିବା ଚାଷୀଟିର ଅସହାୟତା ହ୍ରାସ ପାଇଁ ନାହିଁ ସ୍ୱତନ୍ତ୍ର ଯୋଜନା କି ନୀତି । ତେଣୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇ କୃଷକଙ୍କୁ ଠକି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଠକାମୀ ଅଭିଯୋଗରେ ମକର୍ଦ୍ଧମା କରିବାର ଘୋଷଣା କରିଛି ନବନିର୍ମାଣ କୃଷକ ସଙ୍ଗଠନ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking