16.1 C
Bhubaneswar
Friday, January 28, 2022
Homeଦେଶ ବିଦେଶବିମାନବନ୍ଦରରୁ ହଟିବାକୁ କଡା ନିର୍ଦ୍ଦେଶ

ବିମାନବନ୍ଦରରୁ ହଟିବାକୁ କଡା ନିର୍ଦ୍ଦେଶ

କାବୁଲ:  କାବୁଲ ବିମାନବନ୍ଦରରେ ଭିଡ ଜମାଇଥିବା ଲୋକଙ୍କୁ ତୁରନ୍ତ ଫେରିଯିବାକୁ ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଗତ ରବିବାର ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲ କବ୍‌ଜା କରିବାପରେ ସହସ୍ରାଧିକ ଆଫ୍‌ଗାନ ନାଗରିକ ପିଲାଛୁଆ ଧରି ବିମାନବନ୍ଦରରେ ଭିଡ ଜମାଇଛନ୍ତି । କେତେକ ଭାଗ୍ୟବାନ ବ୍ୟକ୍ତି ବିଦେଶ ପଳାଇ ଯାଇଥିବାବେଳେ ଅନ୍ୟମାନଙ୍କୁ ସେ ସୁଯୋଗ ମିଳିପାରିନାହିଁ । କାବୁଲରୁ ବେସାମରିକ ବିମାନ ଚଳାଚଳକୁ ତାଲିବାନ ବନ୍ଦ କରିଥିବାରୁ ଲୋକେ ଏବେମଧ୍ୟ ସେଠାରେ ଡେରା ପକାଇଛନ୍ତି । କେତେକ ମହିଳା ସେମାନଙ୍କର ଶିଶୁକୁ ବଞ୍ଚାଇବା ଉଦ୍ଦେଶ୍ୟରେ ବିମାନବନ୍ଦରରେ ଖଞ୍ଜାଯାଇଥିବା ତାରବାଡ ଅପରପାଶ୍ୱର୍କୁ ଫୋପାଡି ଦେଉଥିବାର ଦୃଶ୍ୟ ବେଶ ହୃଦୟବିଦାରକ । ନିଜେ ପଛେ ମରୁ, କିନ୍ତୁ ଆମ ପିଲା ତାଲିବାନ କବଳରୁ ବର୍ତ୍ତି ଯାଆନ୍ତୁ , ଏହି ମନୋଭାବ ମହିଳାଙ୍କ ନିକଟରେ ଦେଖିବାକୁ ମିଳିଛି । ବିଗତ ପାଞ୍ଚଦିନ ମଧ୍ୟରେ ବିମାନବନ୍ଦରରେ ଘଟିଥିବା ଗୁଳିକାଣ୍ଡ, ଦଳାଚକଟା ଓ ଉଡନ୍ତା ବିମାନରୁ ଖସିପଡିଥିବା ଘଟଣାରେ ମୋଟ ୧୨ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking