ଭୁବନେଶ୍ୱର : ଥାନାରେ ଖରାପ ବ୍ୟବହାର ଦେଖାଇପାରିବେନି ପୋଲିସ । ଏଭଳି କଲେ କଡା କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପିଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ନୂତନ ଘର ଉଦଘାଟନ ଅବସରରେ ଏହା କହିଛନ୍ତି ମୋହନ ମାଝୀ । ଅତୀତରେ ବିଧାୟକ ଥିବା ବେଳେ କିପରି ଥାନାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେନେଇ ଦୁଇଟି ଘଟଣାବଳୀ ବାବଦରେ ସୂଚନା ଦେଇଛନ୍ତି । ଥାନାକୁ ଯାଉଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ପାଣି ଓ ଚା ଦିଆଯିବ । ସେପଟେ ଘର ଛାଡି ବାହାରକୁ ଯାଉଥିଲେ ପୋଲିସ ଲୋକଙ୍କ ଘର ଜଗିବ । ଏସବୁ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପରାମର୍ଶ ।










