40.1 C
Bhubaneswar
Wednesday, April 24, 2024
Homeଅପରାଧ୧୦ ମାସର ଦରମା ଓ ୨ ବର୍ଷର ବୋନସ ଦାବିରେ ଶିଳ୍ପପତିଙ୍କୁ ତାଲା ପକାଇଲେ କର୍ମଚାରୀ

୧୦ ମାସର ଦରମା ଓ ୨ ବର୍ଷର ବୋନସ ଦାବିରେ ଶିଳ୍ପପତିଙ୍କୁ ତାଲା ପକାଇଲେ କର୍ମଚାରୀ

ଯାଜପୁର: ୧୦ ମାସର ଦରମା ଓ ୨ ବର୍ଷର ବୋନସ ଦାବିରେ ଜଣେ ଶିଳ୍ପପତିଙ୍କୁ ତାଲା ପକାଇଛନ୍ତି କର୍ମଚାରୀ | ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ। ଦଶମାସର ଦରମା ଓ ୨ବର୍ଷର ବୋନସ ଦାବିରେ କାରଖାନାର ମାଲିକାଣୀଙ୍କୁ ଘେରାଉ କରିଛନ୍ତି କର୍ମଚାରୀ। ଯାଜପୁର ମଇଥାନ ଇସ୍ପାତ କାରଖାନାର କର୍ମଚାରୀମାନେ ଦୀର୍ଘଦିନ ହେବ ଦରମା ନମିଳିବାରୁ ମାଲିକାଣୀଙ୍କ ଗେଷ୍ଟହାଉସ ସମ୍ମୁଖରେ ଥିବା ଗେଟ ଆଗରେ ଧାରଣା ଦେଇଛନ୍ତି।
ଫଳରେ ଗେଷ୍ଟ ହାଉସ ଭିତରେ ମାଲିକାଣୀ ଗତକାଲି ଠାରୁ ବାହାରକୁ ବାହରି ପାରି ନଥିଲେ। ଏବେ ସୁୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ସହିତ କିଛି ପ୍ରତିନିଧି ଗେଷ୍ଟହାଉସ ମଧ୍ୟକୁ ଆଲୋଚନା ପାଇଁ ଯାଇଛନ୍ତି। ଆଜି ଆନ୍ଦୋଳନସ୍ଥଳରେ ଜଣେ ଯୁବକ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ହେପାଜତକୁ ନେଇଛି। କଳିଙ୍ଗନଗର ଅତିରିକ୍ତ ଏସପି ଉପସ୍ଥିତ ରହି ଘଟଣାକୁ ନିୟନ୍ତ୍ରଣ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking