33.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରଶାସନ କଲାନି :  ଷ୍ଟ୍ରୀଟ ଲାଇଟ ଜଳାଇଲେ ଯୁବଗୋଷ୍ଠୀ

ପ୍ରଶାସନ କଲାନି :  ଷ୍ଟ୍ରୀଟ ଲାଇଟ ଜଳାଇଲେ ଯୁବଗୋଷ୍ଠୀ

ରାଉରକେଲା : ଦକ୍ଷିଣ ରାଉରକେଲା, ସାରନଗରୀ ସ୍ଥିତ ଆର.ଏଚ. କଲୋନୀ ଓ କନଷ୍ଟ୍ରକସନ କଲୋନୀର ରାସ୍ତାରେ ଦୀର୍ଘବର୍ଷ ହେବ ଷ୍ଟ୍ରୀଟ ଲାଇଟ ନଥିବାରୁ ଏଠାରେ ବସାବସ କରୁଥିବା ବାସିନ୍ଦା ମାନେ ସଂଧ୍ୟା ଓ ରାତି ସମୟରେ ରାସ୍ତାରେ ଯିବା ଆସିବା କରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ ହେବାରୁ ଶେଷରେ ଅଂଚଳରେ ବସବାସ କରୁଥିବା କିଛି ଯୁବକ ଷ୍ଟୀଟ ଲାଇଟ ରାସ୍ତା କଡ଼ରେ ଲଗାଇବାକୁ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ଏହି ଯୁବକ ମାନେ ନିଜ ମଧ୍ୟରେ ଚାନ୍ଦା କରି ୨ଟି ହାଲୋଜିନ ଲାଇଟ ଲଗାଇଛନ୍ତି । ଗୋଟିଏ ଲାଇଟ ମା ବାସନ୍ତୀ ଦୁର୍ଗା ମଣ୍ଡପ ନିକଟରେ ଲାଗିଥିବା ବେଳେ,ଅନ୍ୟଟି ଟ୍ରାନ୍ସଫର୍ମର ନିକଟରେ ଲାଗିଛି । ଅଂଚଳଟି ଲାଇଟ ଦ୍ୱାରା ଆଲୋକିତ ହେବା ଦ୍ୱାରା ଯୁବତୀ, ମହିଳା, ବୟସ୍କ ଲୋକ ସଂଧ୍ୟା ସମୟରେ ରାସ୍ତାରେ ସୁବିଧାରେ ଯାଇ ପାରୁଛନ୍ତି । ଅନ୍ଧାର ନହେବା ଯୋଗୁ ଅଂଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ମଧ୍ୟ ହ୍ରାସ ଘଟିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି । ଯୁବଗୋଷ୍ଠୀଙ୍କ ଏପରି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଛି ।

ସିଲ ହୋଇ ଥିବା ମଦ ଦୋକାନରୁ ଚୋରି   

 

ରାଉରକେଲା : ରାଉରକେଲାର ନୟାବଜାର ଅଞ୍ଚଳରୁ ସିଲ ହୋଇ ଥିବା ମଦ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କିଛି ଦୁର୍ବୃତ୍ତ ମଦ ଦୋକାନର ଆଜବେଷ୍ଟସ ଭାଙ୍ଗି ମଦ ଚୋରି କରିଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେତେ ପରିମାଣର ମଦ ଚୋରି ହୋଇଛି ତାହା ତଦନ୍ତ ପରେ ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking