27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମଧ୍ୟପ୍ରଦେଶ ହାଇକୋର୍ଟର ରାୟ : ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନପାଇଲେ ଶାରୀରିକ ସମ୍ପର୍କ ରଖନାହିଁ

ମଧ୍ୟପ୍ରଦେଶ ହାଇକୋର୍ଟର ରାୟ : ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନପାଇଲେ ଶାରୀରିକ ସମ୍ପର୍କ ରଖନାହିଁ

ଭୋପାଳ : ପୁଅ ପାଖରୁ ସେଭଳି ନିର୍ଭର ପ୍ରତିଶ୍ରୁତି ନପାଇଲେ ଶାରୀରିକ ସମ୍ପର୍କ ରଖ ନାହିଁ । ଅବିବାହିତ ଝିଅମାନେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଭବିଷ୍ୟତରେ ଯେପରି କୌଣସି ସମସ୍ୟା ନଆସେ ସେ ନେଇ ମାନସିକ ଭାବରେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍ ଏକ ମାମଲାର ଶୁଣାଣି କରି ଅବିବାହିତ ଝିଅଙ୍କ ପାଇଁ ଏପରି କହିଛନ୍ତି । ଜଷ୍ଟିସ ସୁବୋଧ ଅଭୟଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଭାରତରେ ଏବେ ବି ସଂକୀର୍ଣ୍ଣ ମାନସିକତା ରହିଛି । ଏଠିକାର ଲୋକଙ୍କ ବଞ୍ଚିବାର ଶୈଳୀ ସେଭଳି ହୋଇନି ଯେମିତି ପାଶ୍ଚାତ୍ୟ ଦେଶର ଲୋକଙ୍କର ରହିଛି । ଏହି ଦେଶ ଗୁଡ଼ିକରେ ସାଧାରଣତଃ ଅବିବାହିତ ଝିଅମାନେ ମଜା ନେବା ପାଇଁ ଶାରୀରିକ ସମ୍ପର୍କ ରଖନ୍ତି । ଏପରି ଶାରୀରିକ ସମ୍ପର୍କକୁ ସେମାନେ ସେତେଟା ଗୁରୁତ୍ୱ ରଖନ୍ତି ନାହିଁ ଯେପରି ଆମ ସମାଜ ନିଏ । ମଧ୍ୟପ୍ରଦେଶର ଜଣେ ମୁସଲମାନ ପୁଅ ବିବାହର ପ୍ରତିଶ୍ରୁତି ଦେଇ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଛି । କିନ୍ତୁ ବିବାହ ନକରିବା ପରେ ଝିଅର ପରିବାର ଲୋକେ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହାପରେ ସେହି ପୁଅଟି ଗିରଫ ହୋଇ ଜେଲରେ ରହିଛି । ପୁଅର ଜାମିନ ଆବେଦନ ଶୁଣାଣି କରି ଖଣ୍ଡପୀଠ ଉପରୋକ୍ତ କଥା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking