34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଚିତ୍ର ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ

ବିଚିତ୍ର ପରମ୍ପରା: ବାହାଘର ପାଇଁ ପିଇବାକୁ ପଡ଼େ ଘୁଷୁରି ରକ୍ତ

ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । ସେମାନଙ୍କ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ । ଏହି ଜନଜାତିର ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ମିଳୁଥିଲେ ମଧ୍ୟ କିଛି ଜନଜାତି ଏଥିରୁ ବଞ୍ଚିତ ଅଛନ୍ତି । ତେବେ ଆଜି ଏପରି କିଛି ଜନଜାତିଙ୍କ ପରମ୍ପରା ବିଷୟରେ ଜାଣିବା ଯେଉଁମାନଙ୍କ ବିବାହର ପରମ୍ପରା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ ।

ଭାରତରେ ବସବାସ କରୁଥିବା ଗୋଣ୍ଡ ସମ୍ପ୍ରଦାୟର ଲୋକେ ବାହାଘର ସମୟରେ ବିଚିତ୍ର ପରମ୍ପରା ପାଳନ କରିଥାଆନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ଆନନ୍ଦ ଉଲ୍ଲାସରେ ଝିଅ ପୁଅଙ୍କ ବାହାଘର କରିଥାନ୍ତି । ବାହଘର ସମୟରେ ଏମାନେ ଘୁଷୁରିର ରକ୍ତ ପିଇବା ଭଳି ପରମ୍ପରା ଆଦି ପାଳନ କରିଥାନ୍ତି । ଏହି ସମ୍ପ୍ରଦାୟରେ ଯଦି କୌଣସି ପୁଅ ବାହାଘର ପାଇଁ ଯୋଗ୍ୟ ବୋଲି ଜଣାଇବାକୁ ଇଚ୍ଛା କରେ ତେବେ ତାକୁ ଘୁଷୁରି ରକ୍ତ ପିଇ ପ୍ରମାଣ ଦେବାକୁ ହୋଇଥାଏ । ଏହା ବ୍ୟତୀତ ଏହି ସମ୍ପ୍ରଦାୟରେ ପ୍ରେମ ବିବାହକୁ ମଧ୍ୟ ଅନୁମତି ମିଳିଥାଏ । କିନ୍ତୁ ଏହି ପ୍ରେମ ବିବାହରେ ଏକ ସର୍ତ୍ତ ରହିଥାଏ । ସର୍ତ୍ତ ଅନୁସାରେ ପୁଅକୁ ଶ୍ୱଶୂର ଜମିରେ କାମ କରିବାକୁ ପଡ଼ିଥାଏ । ପୁଅ ପରିଶ୍ରମୀ ହୋଇଥିଲେ ହିଁ ଝିଅର ବାପା ଏହି ପ୍ରେମ ବିବାହକୁ ଅନୁମତି ଦେଇଥାଆନ୍ତି ।

ଗୋଣ୍ଡ ଜନଜାତି ଅନ୍ୟ ଜନଜାତିଙ୍କ ପରି ସାଧାରଣ ଜୀବନ ଯାପନ କରି ଥାଆନ୍ତି । ଏମାନେ ଅତ୍ୟନ୍ତ ସାହସୀ ଓ ପରାକ୍ରମୀ ହୋଇଥିବା ବେଳେ ଖାଦ୍ୟ ପାଇଁ ଚାଷ କରିଥାନ୍ତି । ଏହା ବ୍ୟତୀତ ଏହି ସମ୍ପ୍ରଦାୟର ଅଧିବାସୀ ମାନେ ଶିକାର କରି ପେଟ ପୋଷିଥାନ୍ତି । ମାଟିରେ ନିର୍ମିତ ଘରେ ଏମାନେ ବସବାସ କରୁଥିବାର ଦେଖିବାକୁ ମିଳେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking